ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ଲାଭ କଲେ ପାଣ୍ଡିଆନ
ପୁରୀ: ପୁରୀରେ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ଲାଭ କଲେ ପାଣ୍ଡିଆନ । ଦର୍ଶନ ପରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରଦକ୍ଷିଣ ମଧ୍ୟ କଲେ । ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ସମ୍ପର୍କରେ ଏସ୍ପିଙ୍କୁ ପଚାରି ବୁଝିଲେ।
ଶନିବାର ସକାଳୁ ସକାଳୁ ପୁରୀ ଗସ୍ତରେ ଯାଇଥିଲେ ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ । ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି । ଏଥିସହ ମା ବିମଳା, ଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ ମଧ୍ୟ କରିଛନ୍ତି ପାଣ୍ଡିଆନ । ଏଥିସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରଦକ୍ଷିଣ କରିବା ସହ ଅନ୍ୟାନ୍ୟ କାର୍ୟ୍ୟର ମଧ୍ୟ ସମୀକ୍ଷା କରିଥିଲେ ।
ଏହି ସମୟରେ ପୁରୀ ଏସପି ପିନାକ ମିଶ୍ର, ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆ ମଧ୍ୟ ଉପସ୍ଥିତ ଥିଲେ । ସେପଟେ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ଶ୍ରୀମନ୍ଦିର ଦର୍ଶନ ଓ ପରିକ୍ରମା ମାର୍ଗ ବୁଲିବା ପାଇଁ ଆସୁଥିବା ଭକ୍ତମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ୫-ଟି ଅଧ୍ୟକ୍ଷ ମଧ୍ୟ ଅଧିକାରୀମାନଙ୍କୁ ପଚାରି ବୁଝିଥିଲେ ।
Powered by Froala Editor