ପୁରୀରୁ ସୋନପୁରକୁ ଗଡ଼ିବ ଟ୍ରେନ୍
ପୁରୀ: ଶ୍ରୀକ୍ଷେତ୍ର ପୁରୀରୁ ପାତାଳି ଶ୍ରୀକ୍ଷେତ୍ର ସୋନପୁରକୁ ଗଡ଼ିବ ଟ୍ରେନ୍। ସପ୍ତାହକୁ ଏହି ଟ୍ରେନ୍ ଥରେ ଚଳାଚଳ କରିବ ବୋଲି ପୂର୍ବତଟ ରେଳ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି ଅର୍ଥାତ୍ ଶନିବାର ଏହି ଟ୍ରେନ୍ର ଶୁଭାରମ୍ଭ ହେବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁରରୁ ଏହି ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବେ। ଆସନ୍ତା ୮ ତାରିଖରେ ଏହି ଟ୍ରେନ୍ ଗୁରୁବାର ପୁରୀରୁ ସୋନପୁରକୁ ଯିବ ଏବଂ ଶୁକ୍ରବାର ସୋନପୁରରୁ ପୁରୀ ଫେରିବ।
Powered by Froala Editor