ସିରିଜ୍ ଦୁର୍ଘଟଣାରେ ଜଣେ ମୃତ
ଭଦ୍ରକ : ପଛକୁ ପଛ ପିଟି ହେଲା ତିନୋଟି ଗାଡି । ଏହି ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବିଷ୍ଣୁପୁର ନିକଟରେ ଘଟିଛି ଏହି ଦୁର୍ଘଟଣା ।
ଭୁବନେଶ୍ୱର ଅଭିମୁଖେ ଯାଉଥିଲା ଏକ ତେଲ ବୋଝେଇ ଟ୍ୟାଙ୍କର । ଏହି ସମୟରେ ଏହି ଟ୍ୟାଙ୍କରଟି ଏକ ଟ୍ରଲରକୁ ଧକ୍କା ଦେଇଥିଲା । ଏହାପରେ ଟ୍ରଲରଟି ରାସ୍ତାକଡ଼ରେ ଥିବା ଏକ କାର୍କୁ ଧକ୍କା ଦେବା ସହ ରାସ୍ତାକଡ଼ରେ ଥିବା ଇଟା ଫ୍ୟାକ୍ଟ୍ରି ଭିତରେ ପଶିଯାଇଥିଲା । ତେବେ ଏହି ସିରିଜ୍ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ଉପରେ ମାଡିଯାଇଥିଲା । ଯାହାଫଳରେ ଏହି ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି ।
Powered by Froala Editor