ଲିଙ୍ଗରାଜ କୁଷ୍ଠ କଲୋନି ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ପଳାଶପଲ୍ଲୀଠାରେ ନବନିର୍ମିତ ଲିଙ୍ଗରାଜ କୁଷ୍ଠ କଲୋନି ଲୋକାର୍ପିତ କରିଛନ୍ତି। ଏଥିରେ ୩୧ଟି ଘର ରହିଛି। ଏହାଦ୍ବାରା ୯୪ ଜଣ ହିତାଧିକାରୀ ଉପକୃତ ହୋଇଛନ୍ତି। ଏମାନେ ସମସ୍ତେ ମଧୁବାବୁ ପେନ୍ସନ ଯୋଜନାରେ ସାମିଲ ହୋଇଛନ୍ତି। ଏକ ମେଡିକାଲ୍ ଟିମ୍ ପ୍ରତି ସପ୍ତାହରେ ସେମାନଙ୍କ ପାଖକୁ ଯାଇ ସେମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଛି। ସେମାନଙ୍କ ସୁବିଧା ପାଇଁ ସେମାନଙ୍କୁ ଡ୍ରେସିଂ କିଟ୍, ଜୋତା ଓ ଟ୍ରାଇସାଇକେଲ ପ୍ରଭୃତି ବିଭିନ୍ନ ଉପକରଣ ଯୋଗାଇ ଦିଆଯାଇଛି।
Powered by Froala Editor