ଝିଅକୁ ହତ୍ୟା କଲା ନୃଂଶସ ବାପା
ସମ୍ବଲପୁର: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଯୋତୁକବାହାଳ ଗାଁରେ ଚାଞ୍ଚଳ୍ୟ । ୩ ବର୍ଷର ଝିଅକୁ ହତ୍ୟା କଲା ନୃଂଶସ ବାପା । ଅନ୍ୟ ୩ ଝିଅ ସହ ସ୍ତ୍ରୀକୁ ମଧ୍ୟ ଆକ୍ରମଣ କରିଛି । ଆକ୍ରମଣରେ ୩ ଝିଅ ଓ ସ୍ତ୍ରୀ ଗୁରୁତର ରହିଛନ୍ତି । ସମସ୍ତଙ୍କୁ ଗୁରୁପୋଷ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଝିଅକୁ ହତ୍ୟା ପରେ ବାପା ଶୁକ୍ରୁ ଓରାମ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଛି । ଶୁକ୍ରୁଙ୍କ ମଧ୍ୟ ଗୁରୁପୋଷ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପାରିବାରିକ କଳହରୁ ଏପରି ହୋଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଗୋବିନ୍ଦପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Powered by Froala Editor