ଡାକ୍ତରକୁ ଆକ୍ରମଣ କଲେ ମୃତ ରୋଗୀଙ୍କ ସମ୍ପର୍କୀୟ, ଜାଣନ୍ତୁ କାହିଁକି
ବଲାଙ୍ଗୀର : ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସାରେ ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ ଆଣି ଡାକ୍ତରକୁ ଆକ୍ରମଣ କରିଛନ୍ତି ମୃତ ରୋଗୀଙ୍କ ସମ୍ପର୍କୀୟ । ଡ୍ୟୁଟିରେ ଥିବା ଡାକ୍ତର୍ ଆର.ଏନ.ଏସ ଦଳ ପତି ବିଳମ୍ବରେ ଆସିବା ସହିତ ମଦ୍ୟପାନ କରିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ମେଡିକାଲରେ କିଛି ସମୟ ଧରି ଉତେଜନା ପ୍ରକାଶ ପାଇଥିଲା।ମଦ୍ୟପ ଡାକ୍ତରଙ୍କୁ ନିର୍ଦ୍ଧୁମ ଛେଚିଥିଲେ ମୃତ ରୋଗୀଙ୍କ ସମ୍ପର୍କୀୟ । ସୁରକ୍ଷା କର୍ମୀ ମାନେ ଡାକ୍ତରଙ୍କୁ ରୋଗୀଙ୍କ ସମ୍ପର୍କୀୟଙ୍କ କବଳରୁ ଉଦ୍ଧାର କରିଥିଲେ।
ଗତକାଲି ବଲାଙ୍ଗୀର ସହରର କନ୍ଦପାଲିପଡାର ନିକୁ ବାରିକ ନାମକ ଜଣେ ଯୁବକ ଲିଭର ଜନିତ ସମସ୍ୟାରୁ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ହେଲେ ଡାକ୍ତର ଆର.ଏନ.ଏସ୍ ଦଳପତି ବିଳମ୍ବରେ ରୋଗୀଙ୍କ ଚିକିତ୍ସା କରିବା ସହ ମଦ୍ୟପାନ କରିଥିବାରୁ ରୋଗୀର ଜୀବନ ଗଲା ବୋଲି ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ରୋଗୀ ମୃତ୍ୟୁର ଡାକ୍ତରଙ୍କୁ ମାଡ଼ ମାରିଥିଲେ ପରିବାର ଲୋକ। ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ।
Powered by Froala Editor