ବନ ବିଭାଗର ଚଢ଼ାଉ: ଦୁଇ ହାତୀ ଦାନ୍ତ ଜବତ ସହ ୩ ଜଣ ଗିରଫ

ଦେବଗଡ:ଦେବଗଡ ବନ ଖଣ୍ଡ ଅଞ୍ଚଳରେ ବନ ବିଭାଗ ଚଢ଼ାଉ କରି ଦୁଇଟି ହାତୀ ଦାନ୍ତ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ଦେବଗଡ଼ ଲାଲୁ ସାହିର ପ୍ରେମରାଜ ସାହୁ, ଦେବଗଡ଼ର କପଟଦାର ଓ ଦିଲ୍ଲୀର ରାଜେଶ କୁମାର। ପ୍ରେମରାଜ ସାହୁ ଗହଣା ବ୍ୟବସାୟୀ ବୋଲି ଜଣାପଡ଼ିଛି। ଗତକାଲି ରାତିରେ ଦେବଗଡ ବନ ଖଣ୍ଡ ଅଞ୍ଚଳରେ ଥିବା ଏକ ହୋଟେଲରେ ହାତୀ ଦାନ୍ତ କାରବାର ଚାଲିଥିଲା। ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ବନ ବିଭାଗ ହୋଟେଲରେ ଚଢ଼ାଉ କରି ୩ଟି ହାତୀ ଦାନ୍ତ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହାତୀ ଦାନ୍ତ କେଉଁଠୁ ଆଣିଲେ, କାହାକୁ ବିକ୍ରି କରିଥାଆନ୍ତେ ସେ ନେଇ ଖୋଳତାଡ ଚାଲିଛି। ଅଭିଯୁକ୍ତମାନେ କେବେଠାରୁ ହାତୀ ଦାନ୍ତ କାରବାରରେ ସଂପୃକ୍ତ ଅଛନ୍ତି ସେ ନେଇ ପଚରାଉଚରା ଚାଲିଛି।
Powered by Froala Editor