ଅଧିକ ସମୟ ଓ ଜୋରରେ ଦାନ୍ତ ବ୍ରସ୍ କରନ୍ତି କି? ଜାଣନ୍ତୁ ଏହାଦ୍ବାରା କିଭଳି କ୍ଷତି ହେଉଛି

ଓରାଲ ହେଲଥ୍ ବା ମୁହଁର ସ୍ବଚ୍ଛତ ଓ ସଫେଇ ସବୁବେଳେ ଆମର ସ୍ବାସ୍ଥ୍ୟ ପାଇଁ ଗୁରୁତ୍ବପୂର୍ଣ୍ଣ। କ’ଣ ଆପଣ ଜାଣନ୍ତି, ମୁହଁକୁ ଠିକ୍ ଭାବରେ ସଫା ନକରିବା ଦ୍ବାରା ହୃଦରୋଗ ହେବାର ଆଶଙ୍କା ରହିଛି। ତେଣୁ ଯଦି ଆପଣ ଫିଟ୍ ଓ ହେଲଦି ରହିବାକୁ ଇଚ୍ଛା କରନ୍ତି ତେବେ ମୁହଁର ସଫେଇ ଖୁବ୍ ଜରୁରୀ। କିନ୍ତୁ ବହୁତ କମ୍ ଲୋକ ଏଭଳି ଅଛନ୍ତି ଯେଉଁମାନେ ଅଧିକ ଜୋରରେ ବ୍ରସ କରନ୍ତି କିମ୍ବା ବହୁତ ସମୟ ପର୍ୟ୍ୟନ୍ତ ଦାନ୍ତ ଘସିଥାନ୍ତି। ସେମାନେ ଭାବନ୍ତି ଏଭଳି କରିବା ଦ୍ବାରା ଦାନ୍ତ ସଫା ହୋଇଯାଏ ତେବେ ତାହା ସମ୍ପୂର୍ଣ୍ଣ ଭୁଲ।
ଭଲ ଭାବରେ ବ୍ରସ୍ କରିବା ଦ୍ବାରା ଦାନ୍ତର ପ୍ଲାକ୍ ସମସ୍ୟା ହୋଇଥାଏ। ଏହା ସହିତ ଦାନ୍ତରେ କ୍ୟାଭିଟି ହେବାରୁ ମୁକ୍ତି ପାଇପାରିବେ।ମାଢି ସମ୍ପର୍କି ରୋଗର ଏବଂ ଓରାଲ କ୍ୟାନସର ହେବାର ବିପଦ କମ୍ ରହିଥାଏ। ଆମେରିକାନ୍ ଡେଣ୍ଟାଲ ଆସୋସିଏସନର ସୂଚନା ଅନୁସାରେ ପ୍ରତ୍ୟେକ ବ୍ୟକ୍ତିକୁ ପ୍ରତିଦିନ ୨ ଥର ବ୍ରସ୍ କରିବା ଦରକାର ଓ ପ୍ରତିଥର ୨ ମିନିଟରୁ ଅଧିକ ସମୟ ପର୍ୟ୍ୟନ୍ତ ଦାନ୍ତ ସଫା ନକରିବା ଉଚିତ୍। ଅଧିକ ଜୋରରେ ଦାନ୍ତ ଘସିବା ଦ୍ବାରା ଦାନ୍ତର ଏନାମେଲ୍ (ଋଦ୍ଭବଜ୍ଞରକ୍ଷ) ଖରାପ ହୋଇଯାଇଥାଏ।
ଦାନ୍ତ ସଫା କରିବା ପାଇଁ ସଫ୍ଟ ବ୍ରିଷ୍ଟେଲସ୍ ଟୁଥବ୍ରସ୍ ବ୍ୟବହାର କରିବା ଦରକାର। ଫ୍ଲୋରାଇଡର (ୠକ୍ଷଙ୍କକ୍ଟକ୍ସସୟର) ସଠିକ ମାତ୍ରା ଥିବା ଟୁଥପେଷ୍ଟ ବ୍ୟବହାର କରିବା ଉଚିତ୍। ବୟସ୍କଙ୍କ ଟୁଥପେଷ୍ଟରେ ୧୩୫୦ ପିପିଏମ୍ ଫ୍ଲୋରାଇଡ ହେବା ଦରକାର, ସେଭଳି ୬ ବର୍ଷରୁ କମ୍ ବୟସ ପିଲାଙ୍କ ଟୁଥପେଷ୍ଟରେ ୧୦୦୦ ପିପିଏମ୍ ଫ୍ଲୋରାଇଡ୍ ହେବା ଦରକାର।
Powered by Froala Editor