Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, July 30, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭୟଙ୍କର ଭୂକମ୍ପ, ଥରିଲା କୋଠାବାଡ଼ି

  • କଳହ ବନ୍ଦ କରୁନାହାଁନ୍ତି ଦୁଇ ପତ୍ନୀ, ...

  • ପ୍ରଲୋଭିତ କରାଇ ଆତଙ୍କୀ ବନାଉଥିଲେ ମହିଳା, ...

  • ରାକ୍ଷୀରେ ଥାଳିରେ ରଖନ୍ତୁ ଏହିସବୁ ଜିନିଷ

  • ଏପରି ସଜାନ୍ତୁ ରାକ୍ଷୀ ଥାଳି

  • ଶାହାଙ୍କୁ ପ୍ରିୟଙ୍କାଙ୍କ ପ୍ରଶ୍ନ, ...

  • ଦେଶର ବିଭାଜନ ପାଇଁ କଂଗ୍ରେସ ଦାୟୀ

  • ଡ୍ୟୁଟିରେ ଶୋଇ ରହିଲେ ଡାକ୍ତର, ...

  • ଯାହାର ଯେମିତି ଚଷମା, ସେମିତି ...

  • ଦିଲ୍ଲୀରେ ଉଠିଲା ବାଲେଶ୍ୱର ଛାତ୍ରୀଙ୍କ ...

ରାଜ୍ୟ
Home ›› ରାଜ୍ୟ ››5T ସ୍କୁଲ ରୂପାନ୍ତରଣର ୪ର୍ଥ ପର୍ଯ୍ୟାୟର ଚତୁର୍ଥ ଦିନରେ ୬ଟି ଜିଲ୍ଲାର ୨୮୬ଟି ସ୍କୁଲ ଲୋକାର୍ପିତ

5T ସ୍କୁଲ ରୂପାନ୍ତରଣର ୪ର୍ଥ ପର୍ଯ୍ୟାୟର ଚତୁର୍ଥ ଦିନରେ ୬ଟି ଜିଲ୍ଲାର ୨୮୬ଟି ସ୍କୁଲ ଲୋକାର୍ପିତ

2024-01-24 14:51:08
14553
Share:
Facebook
Twitter
E-Mail
WhatsApp
Telegram
5T ସ୍କୁଲ ରୂପାନ୍ତରଣର ୪ର୍ଥ ପର୍ଯ୍ୟାୟର ଚତୁର୍ଥ ଦିନରେ ୬ଟି ଜିଲ୍ଲାର ୨୮୬ଟି ସ୍କୁଲ ଲୋକାର୍ପିତ

ଭୁବନେଶ୍ବର : 5T ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଚତୁର୍ଥ ଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଖୋର୍ଦ୍ଧା, ସୁବର୍ଣ୍ଣପୁର, ପୁରୀ, ନୟାଗଡ଼, ବୌଦ୍ଧ ଓ ନବରଙ୍ଗପୁର  ଆଦି ୬ଟି ଜିଲ୍ଲାର ୨୮୬ଟି ରୂପାନ୍ତରିତ ସ୍କୁଲକୁ   ଲୋକାର୍ପିତ କରିଛନ୍ତି ।


     ଏଥିରେ ଖୋର୍ଦ୍ଧା ଜିଲ୍ଲାର ୮୦ଟି ହାଇସ୍କୁଲ, ସୁବର୍ଣ୍ଣପୁରର ୧୪ଟି,  ପୁରୀର ୫୩ଟି, ନୟାଗଡ଼ର ୭୫ଟି, ବୌଦ୍ଧର ୧୦ଟି ଓ ନବରଙ୍ଗପୁରର ୫୪ଟି ହାଇସ୍କୁଲ ଅନ୍ତର୍ଭୁକ୍ତ।


    ସୂଚନାଯୋଗ୍ୟ ଯେ ପୂର୍ବରୁ ତିନୋଟି ପର୍ଯ୍ୟାୟରେ ରାଜ୍ୟରେ ୬୮୮୩ଟି  ସ୍କୁଲ ରୂପାନ୍ତରିତ ହୋଇଛି । ଚତୁର୍ଥ ପର୍ଯ୍ୟାୟରେ ସମୁଦାୟ ୧୭୯୪ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବ। ଏହି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୮୬୭୭ଟି ସ୍କୁଲ ରୂପାନ୍ତରିତ ହେବ ।



ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ସଂପୃକ୍ତ ଜିଲ୍ଲାର ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ।


    ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ  ରୂପାନ୍ତରିତ ସ୍କୁଲରେ ପିଲାଙ୍କ ସଫଳ ଭବିଷ୍ୟତ ପାଇଁ ସବୁ ସୁଯୋଗ ରହିଛି। ଆଜିର ପିଲାମାନେ ଆଗାମୀ ଦିନରେ ନୂଆ ଓଡ଼ିଶା, ସଶକ୍ତ  ଓଡ଼ିଶାର ସାରଥୀ ହେବେ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ଆଶା ଓ ବିଶ୍ବାସ ପ୍ରକଟ କରିଥିଲେ।


ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ ଏବେ ଓଡିଶାରେ ରୂପାନ୍ତରର ଯୁଗ ଚାଲିଛି। ଶିକ୍ଷା ହିଁ ଆମ ସମାଜର ସାମୁହିକ ଚିନ୍ତାଧାରକୁ ଉଚ୍ଚସ୍ତରକୁ ନେଇଥାଏ। ସ୍କୁଲ ରୂପାନ୍ତର ଓଡିଆ  ଜାତିରେ  ନୂଆ  ଜାଗରଣ ର  ମାର୍ଗ  ପ୍ରଶସ୍ତ  କରିଛି  ବୋଲି  ସେ  କହିଥିଲେ ।  ସ୍କୁଲ କଲେଜ ଠାରୁ ଆରମ୍ଭ କରି ହସ୍‌ପିଟାଲ, ପର୍ଯ୍ୟଟନ କ୍ଷେତ୍ର, ମଠ ମନ୍ଦିର, ପଞ୍ଚାୟତ, ଗାଁ ସବୁଠାରେ ରୂପାନ୍ତର କାର୍ଯ୍ୟ ଚାଲିଛି । ଏକ ନୂଆ ଓଡିଶା, ସଶକ୍ତ ଓଡିଶା ଗଠନ ପାଇଁ ଏହି ରୂପାନ୍ତର ରାସ୍ତା ପ୍ରସ୍ତୁତ କରୁଛି । ମୁଖ୍ୟମନ୍ତ୍ରୀ ଆହୁରି କହିଲେ ଯେ ଏସବୁ ରୂପାନ୍ତର କାର୍ଯ୍ୟକ୍ରମ ମଧ୍ୟରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଓ ଶ୍ରେଷ୍ଠ ହେଉଛି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ।  ସ୍କୁଲରୁ ହିଁ ଗୋଟିଏ ଜାତିର ଭବିଷ୍ୟତ ନିର୍ମାଣ ହୋଇଥାଏ। 


ପିଲାମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ସେମାନଙ୍କୁ 5T ର ଗୁରୁତ୍ଵ ବୁଝାଇ ଥିଲେ। ସେ କହିଥିଲେ ଯେ ପିଲାମାନେ ନିଜ ଜୀବନରେ ଏହାକୁ ପ୍ରୟୋଗ କଲେ ନିଶ୍ଚୟ ସଫଳ ହେବେ। 


       ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ  5T ଉପକ୍ରମରେ ଏହି ରୂପାନ୍ତର କାର୍ଯ୍ୟକ୍ରମରେ ତୁମ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍‌, କମ୍ପ୍ୟୁଟର, ଅତ୍ୟାଧୁନିକ ଲାବୋରେଟେରୀର ବ୍ୟବସ୍ଥା କରାଯାଇଛି। ଏହା ହେଉଛି ଟେକ୍‌ନୋଲୋଜିର ପ୍ରୟୋଗ। ସେହିଭଳି ଟିମ୍‌ୱାର୍କ ଜରିଆରେ ସମସ୍ତେ ମିଳିମିଶି କାମ କରୁଛନ୍ତି। ସମସ୍ତଙ୍କ ସହ ଆଲୋଚନା କରି ସବୁ କାମ ସ୍ବଚ୍ଛତାର ସହ କରାଯାଉଛି। ଏହିସବୁର ଉପଯୋଗରେ ତୁମ ସ୍କୁଲ ମାନଙ୍କରେ ଆସିଛି ରୂପାନ୍ତର। ଯାହାକୁ  ତୁମେ ଏବେ ଦେଖୁଛ ଓ ଅନୁଭବ କରୁଛ ।


ପିଲାମାନଙ୍କ ଭବିଷ୍ୟତ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସରକାରୀ ସ୍କୁଲର ପିଲାମାନଙ୍କ ପାଇଁ ମେଡିକାଲ ଓ ଇଂଜିନିଅରିଂ କଲେଜରେ ୧୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯାଇଛି । ସରକାରୀ ସ୍କୁଲ ମାନଙ୍କରେ ପିଲାମାନଙ୍କ ଶିକ୍ଷାଦାନ କ୍ଷେତ୍ରରେ ବହୁ ଉନ୍ନତି ଆସିଛି । ଏବେ ସରକାରୀ ସ୍କୁଲରେ ପାଠ ପଢିବା ପାଇଁ ପିଲା ଓ ଅଭିଭାବକ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି। 


ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ଆହ୍ବାନ ଦେଇ କହିଥିଲେ ଯେ ତୁମେମାନେ ତୁମ ଜୀବନରେ 5T  ନୀତିର ପ୍ରୟୋଗ କର । ଏହା ତୁମ ମାନଙ୍କ ପାଇଁ  ସଫଳତା ଆଣିଦେବ। ତୁମେ ମାନେ ନୂଆ ନୂଆ ବୈଷୟିକ ଜ୍ଞାନକୌଶଳ ବିଷୟରେ ଜାଣିବାକୁ ଚେଷ୍ଟା କର। ମିଳିମିଶି କାମ କର। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ କ୍ରୀଡା କ୍ଷେତ୍ରରେ ଟିମ୍‌ ୱାର୍କର ବିଶେଷ ଭୂମିକା ରହିଛି । ସ୍ବଚ୍ଛତା ଓ ସାଧୁତା ହେଉଛି ମଣିଷ ଜୀବନର ଶ୍ରେଷ୍ଠ ଗୁଣ। ଜୀବନର ସବୁ କ୍ଷେତ୍ରରେ ସାଧୁତା ଅବଲମ୍ବନ କରିବାକୁ ଚେଷ୍ଟା କର। ସମୟ ହେଉଛି ତୁମ ମାନଙ୍କ ପାଇଁ ସବୁଠାରୁ ମୂଲ୍ୟବାନ। ସମୟକୁ ନଷ୍ଟ ନ କରି ତାର ଉପଯୋଗ କର । ଏହି ଚାରୋଟି ନୀତିକୁ ଅନୁସରଣ କଲେ ଜୀବନରେ ସଫଳତା ହାସଲ କରି ରୂପାନ୍ତର ଆସିବ। 


କାର୍ଯ୍ୟକ୍ରମରେ ଯୋଗ ଦେଇ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ  ଭି କାର୍ତ୍ତିକ ପାଣ୍ଡିଆନ କହିଲେ ଯେ ରାଜ୍ୟର ଛାତ୍ରଛାତ୍ରୀମାନେ ନିଜର ଭବିଷ୍ୟତକୁ ନେଇ ଯେଉଁସବୁ ସ୍ବପ୍ନ ଦେଖିଛନ୍ତି, ତାକୁ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ରୂପାନ୍ତରିତ ସ୍କୁଲରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି। ଶିକ୍ଷା କ୍ଷେତ୍ରରେ ଓ ଭବିଷ୍ୟତ ନିର୍ମାଣ ପାଇଁ ଏହା ସେମାନଙ୍କୁ ସଶକ୍ତ କରିବ । ଏଥିସହିତ ଆହୁରି ମଧ୍ୟ କହିଥିଲେ ଯେ ଏହି ରୂପାନ୍ତରିତ ସ୍କୁଲ ଗୁଡିକ ହେଉଛି ଆପଣମାନଙ୍କ ସମ୍ପତ୍ତି, ରାଜ୍ୟବାସୀଙ୍କ ସମ୍ପତ୍ତି । ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ପ୍ରତି ସମସ୍ତେ ଦାୟିତ୍ବବାନ ହେବାକୁ ସେ ପରାମର୍ଶ ଦେଇଥିଲେ ।      


ଏହି ଅବସରରେ 5T ସ୍କୁଲ ରୂପାନ୍ତର ସଂପର୍କରେ ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀମାନେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ଖୋର୍ଦ୍ଧା ଜିଲ୍ଲାର ନବମ ଶ୍ରେଣୀର ଛାତ୍ରୀ ଶୁଭଲକ୍ଷ୍ମୀ  ଷଡ଼ଙ୍ଗୀ, ସୁବର୍ଣ୍ଣପୁରର ଦଶମ ଶ୍ରେଣୀ ଛାତ୍ରୀ ରୀମା ଦେହୁରୀ, ପୁରୀର ସପ୍ତମ ଶ୍ରେଣୀ ଛାତ୍ରୀ ବିଶ୍ୱରୂପା ମିଶ୍ର, ନୟାଗଡ଼ର ନବମ ଶ୍ରେଣୀ ଛାତ୍ରୀ ଶ୍ରୀୟା ମିଶ୍ର , ବୌଦ୍ଧର ନବମ ଶ୍ରେଣୀ ଛାତ୍ରୀ ଭାବନା ଧଳ ଏବଂ ନବରଙ୍ଗପୁରର ନବମ ଶ୍ରେଣୀ ଛାତ୍ରୀ ଅକ୍ଷରା ରାଣୀ କୋରକରା  ପ୍ରମୁଖ ସେମାନଙ୍କ ମତାମତ ଦେଇ କହିଲେ ଯେ  5T ଉପକ୍ରମ ଆମ ବିଦ୍ୟାଳୟର ସ୍ୱରୂପ ବଦଳାଇ ଦେଇଛି। ରୂପାନ୍ତରିତ ସ୍କୁଲର ସମସ୍ତ ସୁବିଧା ସୁଯୋଗ ଆମ ମନରେ ଆଣିଦେଉଛି ଗଭୀର ଆତ୍ମବିଶ୍ବାସ ।  

     ଡାକ୍ତର, ଇଂଜିନିୟରିଂ ପାଠ୍ୟକ୍ରମରେ ୧୫ ପ୍ରତିଶତ ସ୍ଥାନ ସଂରକ୍ଷଣ ଆମ ପ୍ରତି ମୁଖ୍ୟମନ୍ତ୍ରୀଙ୍କର ଅମୂଲ୍ୟ ଉପହାର ବୋଲି ସେମାନେ କହିଥିଲେ। 


କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ପୁରୀରେ ଇଲୋକ୍ଟ୍ରୋନିକ୍‌ସ, ସୂଚନା ଓ ପ୍ରଯୁକ୍ତି, କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା, ବୌଦ୍ଧରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ, ନବରଙ୍ଗପୁରରେ ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ, ଖୋର୍ଦ୍ଧାରେ ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ଏବଂ ନୟାଗଡରେ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରା  ପ୍ରମୁଖ ଯୋଗ ଦେଇ କହିଲେ ଯେ  ସରକାରୀ ସ୍କୁଲରେ ଘରୋଇ ଅତ୍ୟାଧୁନିକ ସ୍କୁଲର ସୁବିଧା ସୁଯୋଗ ଯୋଗାଇଦେଇ ଓଡିଶାର ଶିକ୍ଷା ବ୍ୟବସ୍ଥାକୁ ଭାରତବର୍ଷରେ ସ୍ବତନ୍ତ୍ର ସ୍ଥାନ ଦେଇଛନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ। ଶିକ୍ଷା ରୂପାନ୍ତରଣ କ୍ଷେତ୍ରରେ ଓଡିଶା ଆଜି ଉଦାହରଣ ହୋଇଛି । ଓଡିଶାର ପିଲାମାନେ ବଡ ହେବା ପାଇଁ, ଭଲ ମଣିଷ ହେବା ପାଇଁ ମୁଖ୍ୟମନ୍ତ୍ରୀ ସବୁ ବ୍ୟବସ୍ଥା କରିଛନ୍ତି।  


    ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ଅଶ୍ବଥୀ ଏସ୍‌ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଓସେପାର ସ୍ବତନ୍ତ୍ର ପ୍ରୋଜେକ୍ଟ ଡାଇରେକ୍ଟର ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ବିଭାଗୀୟ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Powered by Froala Editor

Tags Chief minister, Naveen Patnaik

Related articles Odisha News Lens 4.1

  • ଭୟଙ୍କର ଭୂକମ୍ପ, ଥରିଲା କୋଠାବାଡ଼ି
    ଦେଶ-ଦେଶାନ୍ତର

    ଭୟଙ୍କର ଭୂକମ୍ପ, ଥରିଲା କୋଠାବାଡ଼ି

    15109
    Jul 30, 2025
  • ଦିଲ୍ଲୀରେ ଉଠିଲା ବାଲେଶ୍ୱର ଛାତ୍ରୀଙ୍କ ଆତ୍ମାହୁତି ଘଟଣା
    ଦେଶ-ଦେଶାନ୍ତର

    ଦିଲ୍ଲୀରେ ଉଠିଲା ବାଲେଶ୍ୱର ଛାତ୍ରୀଙ୍କ ଆତ୍ମାହୁତି ଘଟଣା

    13674
    Jul 29, 2025
  • ଦେଶର ବିଭାଜନ ପାଇଁ କଂଗ୍ରେସ ଦାୟୀ
    ଦେଶ-ଦେଶାନ୍ତର

    ଦେଶର ବିଭାଜନ ପାଇଁ କଂଗ୍ରେସ ଦାୟୀ

    15428
    Jul 29, 2025
  • ରାକ୍ଷୀରେ ଥାଳିରେ ରଖନ୍ତୁ ଏହିସବୁ ଜିନିଷ
    ବିଶେଷ

    ରାକ୍ଷୀରେ ଥାଳିରେ ରଖନ୍ତୁ ଏହିସବୁ ଜିନିଷ

    14786
    Jul 30, 2025
  • ପ୍ରଲୋଭିତ କରାଇ ଆତଙ୍କୀ ବନାଉଥିଲେ ମହିଳା, ହେଲେ ଗିରଫ
    ଦେଶ-ଦେଶାନ୍ତର

    ପ୍ରଲୋଭିତ କରାଇ ଆତଙ୍କୀ ବନାଉଥିଲେ ମହିଳା, ହେଲେ ଗିରଫ

    15115
    Jul 30, 2025
  • ଡ୍ୟୁଟିରେ ଶୋଇ ରହିଲେ ଡାକ୍ତର, ଷ୍ଟ୍ରେଚରରେ ଚାଲିଗଲା ଯୁବକର ଜୀବନ
    ଦେଶ-ଦେଶାନ୍ତର

    ଡ୍ୟୁଟିରେ ଶୋଇ ରହିଲେ ଡାକ୍ତର, ଷ୍ଟ୍ରେଚରରେ ଚାଲିଗଲା ଯୁବକର ଜୀବନ

    15386
    Jul 29, 2025
  • ଶାହାଙ୍କୁ ପ୍ରିୟଙ୍କାଙ୍କ ପ୍ରଶ୍ନ, ପହଲଗାମରେ ଆକ୍ରମଣ କିପରି ହେଲା
    ଦେଶ-ଦେଶାନ୍ତର

    ଶାହାଙ୍କୁ ପ୍ରିୟଙ୍କାଙ୍କ ପ୍ରଶ୍ନ, ପହଲଗାମରେ ଆକ୍ରମଣ କିପରି ହେଲା

    14428
    Jul 29, 2025
  • କଳହ ବନ୍ଦ କରୁନାହାଁନ୍ତି ଦୁଇ ପତ୍ନୀ, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ଭିକ୍ଷୁକ
    ଦେଶ-ଦେଶାନ୍ତର

    କଳହ ବନ୍ଦ କରୁନାହାଁନ୍ତି ଦୁଇ ପତ୍ନୀ, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ଭିକ୍ଷୁକ

    13952
    Jul 30, 2025
  • ଯାହାର ଯେମିତି ଚଷମା, ସେମିତି ଦୃଷ୍ଟିଭଙ୍ଗୀ.... ଏମିତି କାହିଁକି କହିଲେ ଶାହା ଜାଣନ୍ତୁ
    ଦେଶ-ଦେଶାନ୍ତର

    ଯାହାର ଯେମିତି ଚଷମା, ସେମିତି ଦୃଷ୍ଟିଭଙ୍ଗୀ.... ଏମିତି କାହିଁକି କହିଲେ ଶାହା ଜାଣନ୍ତୁ

    14829
    Jul 29, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଡ୍ୟୁଟିରେ ଶୋଇ ରହିଲେ ଡାକ୍ତର, ଷ୍ଟ୍ରେଚରରେ ଚାଲିଗଲା ଯୁବକର ଜୀବନ

    15386
    Jul 29, 2025
  • ବିଶେଷ

    ଏପରି ସଜାନ୍ତୁ ରାକ୍ଷୀ ଥାଳି

    14825
    Jul 30, 2025
  • ବିଶେଷ

    ରାକ୍ଷୀରେ ଥାଳିରେ ରଖନ୍ତୁ ଏହିସବୁ ଜିନିଷ

    14786
    Jul 30, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16646
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16759
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17083
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15565
    Apr 03, 2021

ବିଶେଷ

  • ରାକ୍ଷୀରେ ଥାଳିରେ ରଖନ୍ତୁ ଏହିସବୁ ଜିନିଷ

    14786
    Jul 30, 2025
  • ଏପରି ସଜାନ୍ତୁ ରାକ୍ଷୀ ଥାଳି

    14825
    Jul 30, 2025
  • ଆହାନ ପାଣ୍ଡେ ଓ ଅନୀତ୍ ପଡ୍ଡାଙ୍କ 'ସୈୟାରା ' କରୁଛି କମାଲ

    15788
    Jul 29, 2025
  • ସର୍ଭାଇକାଲ ଯନ୍ତ୍ରଣା କଣ, ଜାଣନ୍ତୁ କାରଣ...

    15759
    Jul 28, 2025
  • ପ୍ରତିଦିନ ସେବନ କରନ୍ତୁ ପିଜୁଳି ପତ୍ର

    14912
    Jul 28, 2025

ବାଣିଜ୍ୟ

ଏୟୁ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ଭୁବନେଶ୍ୱରରେ ଚାରିଟି ନୂଆ ପୋଲିସ ବୁଥ୍‌ ସହିତ ସଡ଼କ ସୁରକ୍ଷାକୁ ପରିବର୍ଦ୍ଧିତ କଲା

ଭୁବନେଶ୍ୱର : ସଡ଼କ ସୁରକ୍ଷା ଏବଂ ଗୋଷ୍ଠୀ କଲ୍ୟାଣ ପ୍ରତି ପ୍ରତିବଦ୍ଧତାର ଅଂଶ ଭାବରେ ଭାରତର ସର୍ବବୃହତ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ, ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଭୁବନେଶ୍ୱରର କେତେକ ସର୍ବାଧିକ ବ୍ୟସ୍ତବହୁଳ ଜଙ୍କ୍‌ସନଗୁଡିକରେ ଚାରିଟି ପୂର୍ଣ୍ଣ ସୁସଜ୍ଜିତ ପୋଲିସ ବୁଥ୍‌ ସ୍ଥାପନ କରି ଭୁବନେଶ୍ୱର ଟ ...

  • ଦୁର୍ଗମ ଅଞ୍ଚଳରେ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛ ୟୁଏଆଇଏଲ୍‌ର ‘ନିରୋଗଶାଳା’

    14711
    Jul 28, 2025
  • ହିଣ୍ଡାଲ୍କୋ ଓ ରାଜ୍ୟ ସରକାରଙ୍କ ମଧ୍ୟରେ 2'ଟି ଏମଓୟୁ ସ୍ଵାକ୍ଷର, କେନ୍ଦୁଝର ଓ ସମ୍ବଲପୁରରେ ହେବ ପୋଷାକ ତିଆରି କାରଖାନା

    14804
    Jul 25, 2025
  • ନ୍ୟୁବର୍ଗ ପଲ୍ସ-ମହେନ୍ଦ୍ର ସିଂହ ଧୋନିଙ୍କ ସହଭାଗିତାରେ ରାଞ୍ଚିରେ ସ୍ୱୟଂ ସମ୍ପୂର୍ଣ୍ଣ ସମନ୍ଵିତ ନିଦାନ କେନ୍ଦ୍ର ଆରମ୍ଭ, ଏଥିରେ ରହିଛି, ସହରର ପ୍ରଥମ ଉନ୍ନତ ପେଟ୍-ସିଟି (PET-CT) ବ୍ୟବସ୍ଥା

    14153
    Jul 21, 2025
  • ଋଥଯାତ୍ରା ୨୦୨୫ରେ ୧ ଲକ୍ଷରୁ ଅଧିକ ଭକ୍ତ ଆଧ୍ୟାତ୍ମିକ ଭାବରେ ନିଜକୁ ଆଶୀର୍ବାଦର ‘ଭକ୍ତି ପଥେ’ ଅଭିଯାନରେ ତଲ୍ଲୀନ କଲେ

    14450
    Jul 19, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଦିଲ୍ଲୀରେ ଉଠିଲା ବାଲେଶ୍ୱର ଛାତ୍ରୀଙ୍କ ଆତ୍ମାହୁତି ଘଟଣା

    13674
    Jul 29, 2025
  • ରାକ୍ଷୀରେ ଥାଳିରେ ରଖନ୍ତୁ ଏହିସବୁ ଜିନିଷ

    14786
    Jul 30, 2025
  • ଦେଶର ବିଭାଜନ ପାଇଁ କଂଗ୍ରେସ ଦାୟୀ

    15428
    Jul 29, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In