ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଦେଲା ପନ୍ନୁ
ଖାଲିସ୍ତାନ ସମର୍ଥକ ତଥା ସିଖ୍ ଫର୍ ଜଷ୍ଟିସର ଆତଙ୍କବାଦୀ ଗୁରୁପାତବନ୍ତ ସିଂହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ ସିଂହଙ୍କୁ ହତ୍ୟା ଧମକ ଦେଇଛି। ଆସନ୍ତା ଜାନୁଆରୀ ୨୬ ତଥା ଗଣତନ୍ତ୍ର ଦିବସ ଅବସରରେ ଭାଗଓ୍ୱନ୍ତ ମାନଙ୍କ ଉପରେ ଆକ୍ରମଣ କରିବାକୁ ପନ୍ନୁ ଗ୍ୟାଙ୍ଗଷ୍ଟରମାନଙ୍କୁ ଏକାଠି ହେବାକୁ କହିଛି।
କୁହାଯାଉଛି ଯେ, ଖଲିସ୍ତାନୀ ଏବଂ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ଲଗାତାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଯୋଗୁ ପନ୍ନୁ ଏବଂ ଅନ୍ୟ ଗ୍ୟାଙ୍ଗଷ୍ଟର ମାନେ ବିବ୍ରତ ହୋଇପଡ଼ିଛନ୍ତି।ରାଜ୍ୟରେ ଗ୍ୟାଙ୍ଗଷ୍ଟରମାନଙ୍କ ଉପରେ କଡ଼ା କଟକଣା ଜାରି କରାଯାଇଛି। ଏହାରି ଭିତରେ ଆତଙ୍କବାଦୀ ପନ୍ନୁ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ହେଉଥିବା କଠୋର କାର୍ଯ୍ୟାନୁଷ୍ଠାନର ସୁଯୋଗ ନେବାକୁ ଚାହୁଁଛି। ସେଥିପାଇଁ ସେ ଗ୍ୟାଙ୍ଗଷ୍ଟରମାନଙ୍କୁ ତା' ସହ ସାମିଲ ହେବାକୁ କହିଛି। କେବଳ ଏତିକି ନୁହେଁ ପଞ୍ଜାବର ଡିଜିପି ଗୌତମ ଯାଦବଙ୍କୁ ମଧ୍ୟ ମୃତ୍ୟୁ ଧମକ ଦିଆଯାଇଛି।
Powered by Froala Editor