କିସ୍ତୱାରରେ ଭୂମିକମ୍ପ ଝଟକା ଅନୁଭୂତ
ଶ୍ରୀନଗର : ଜମ୍ମୁ-କାଶ୍ମୀରର କିସ୍ତୱାରରେ ମଙ୍ଗଳବାର ସକାଳେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ମିଳିଛି। ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ସକାଳ ୮ଟା ୫୩ ମିନିଟ୍ରେ ଏହି ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି।ଏଥିରେ କୌଣସି ଧନଜୀବନ ହାନୀ ହୋଇଥିବା ନେଇ ସୂଚନା ମିଳିନାହିଁ।
Powered by Froala Editor