ଅପହରଣ ସନ୍ଦେହରେ ସାଧୁଙ୍କୁ ପ୍ରବଳ ମାଡ଼
ପଶ୍ଚିମବଙ୍ଗ ପୁରୁଲିଆ ଜିଲ୍ଲାରେ ପାଲଘର ଭଳି ଘଟଣା ସାମ୍ନାକୁ ଆସିଛି। ଗୁରୁବାର ଜନତା ଉତ୍ତରପ୍ରଦେଶର ତିନିଜଣ ସାଧୁଙ୍କୁ ଚୋର ଭାବି ଅତି ନିର୍ମମ ଭାବେ ପିଟିଥିଲେ। ଗତ ଗୁରୁବାର ଦିନ ଏହି ଘଟଣା ଘଟିଥିବାବେଳେ ବର୍ତ୍ତମାନ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ସେହି ସମୟର ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଆଉ ଘଟଣାରେ ଜୋରଦାର ତଦନ୍ତ କରୁଛି ପୋଲିସ ।
ଗଙ୍ଗାସାଗର ମେଳା ପାଇଁ ଉତ୍ତରପ୍ରଦେଶରୁ ତିନିଜଣ ସାଧୁ ଯିବା ସମୟରେ ଏହି ଘଟଣା ଘଟିଛି । ସ୍ଥାନୀୟ ଲୋକ ସାଧୁମାନଙ୍କୁ ଅପହରଣକାରୀ ବୋଲି ସନ୍ଦେହ କରୁଥିଲେ । ତେଣୁ ସେମାନଙ୍କୁ ମାଡ଼ ମାରିଥିବା ଜଣାପଡ଼ିଛି । ଏହି ମାମଲାରେ ପୋଲିସ ୧୨ ଜଣଙ୍କୁ ଅଟକ ରଖିଛି। ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରାଯିବ ବୋଲି ପୋଲିସ କହିଛି ।
କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ମନୋରମ ରାଜନୀତି କରି ଏହି ପରିବେଶ ସୃଷ୍ଟି ହୋଇଛି। ହିନ୍ଦୁମାନଙ୍କୁ ଉତ୍ସବ ପାଳନ କରିବାକୁ ମଧ୍ୟ ଅନୁମତି ଦିଆଯାଉ ନାହିଁ। ବର୍ତ୍ତମାନ ହିନ୍ଦୁ ସାଧୁଙ୍କୁ ଧକ୍କା ଦେବା ଏବଂ ହତ୍ୟା କରିବା ପାଇଁ ଚେଷ୍ଟା କରାଯାଉଛି ଏବଂ ରାଜ୍ୟ ସରକାର ଦର୍ଶକ ହୋଇ ରହିଛନ୍ତି।
ଏହାର ୩୦ ସେକେଣ୍ଡ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି। ଭିଡିଓ ଭାଇରାଲ ହେବା ପରେ ଭାରତୀୟ ଜନତା ପାର୍ଟି ପଶ୍ଚିମବଙ୍ଗର ମମତା ସରକାର ଉପରେ ଆକ୍ରମଣ କରିଛି। ବର୍ତ୍ତମାନ ଟିଏମସି ଅଭିଯୋଗ ଉପରେ ତୁରନ୍ତ ପ୍ରତିକ୍ରିୟା ଦେଇନାହିଁ।
Powered by Froala Editor