ଇନ୍ଦୋର ଓ ସୁରାଟକୁ ମିଳିଲା ଦେଶର ସ୍ୱଚ୍ଛ ସହର ପୁରସ୍କାର
କ୍ରମାଗତ ସପ୍ତମ ଥର ପାଇଁ ଇନ୍ଦୋରକୁ ଦେଶର ସର୍ବାଧିକ ସ୍ବଚ୍ଛ ସହର ଘୋଷଣା କରାଯାଇଛି। ସେହିପରି ଗୁଜରାଟ ସୁରଟ ମଧ୍ୟ ଏଥର ସ୍ୱଚ୍ଛ ସହର ତାଲିକାର ଶୀର୍ଷକୁ ଉଠି ଆସିଛି। ଏହି ଦୁଇ ସହରକୁ ସ୍ୱଚ୍ଛ ପୁରସ୍କାର ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ପୁରସ୍କାର ପ୍ରଦାନ କରିଛନ୍ତି।
ଲଗାତର ସପ୍ତମ ଥର ପାଇଁ ଇନ୍ଦୋର ପ୍ରଥମ ସ୍ଥାନରେ ଥିବା ବେଳେ ସୁରତ ପ୍ରଥମ ଥର ପ୍ରଥମ ସ୍ଥାନରେ ପହଞ୍ଚିଛି। ରାଜ୍ୟ ହିସାବରେ ପ୍ରଥମ ୩ଟି ସ୍ଥାନରେ ଅଛନ୍ତି ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଛତିଶଗଡ଼। ଏଥି ସହିତ ଭୋପାଳକୁ ଅଳିଆ ଫ୍ରି ସିଟି ପୁରସ୍କାର ମିଳିଛି। ମଧ୍ୟପ୍ରଦେଶର ଅମରକଣ୍ଟକ, ମହୁ ଏବଂ ବୁଦ୍ଧନୀକୁ ମଧ୍ୟ ଜାତୀୟ ପୁରସ୍କାର ମିଳିଛି।ଗୁରୁବାର ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ଇନ୍ଦୋର ସହରର ପ୍ରଭାବଶାଳୀ ଏବଂ ସ୍ଥାୟୀ ବର୍ଜ୍ୟବସ୍ତୁ ପରିଚାଳନା ଶୈଳୀ ବାସ୍ତବରେ ପ୍ରଶଂସନୀୟ।
୨୦୧୬ରୁ ଦେଶରେ ସ୍ୱଚ୍ଛ ସର୍ବେକ୍ଷଣ କରୁଛନ୍ତି କେନ୍ଦ୍ର ସରକାର। ଏ ବର୍ଷ ୪ ହଜାର ୪୭୭ଟି ସହରକୁ ସର୍ଭେରେ ସାମିଲ କରାଯାଇଥିଲା। ତେବେ ଓଡ଼ିଶାର ଗୋଟିଏ ବି ସହର ଟପ୍-୧୦ରେ ନାହିଁ।
Powered by Froala Editor