ଏମ୍ସ ପାଇଁ ଆସିବ ଦୁଇଟି ECMO ମେସିନ୍
କୋଭିଡ ସ୍ଥିତିରେ ଅନେକ ରୋଗୀ ଗୁରୁତର ହୋଇ ବାହାର ରାଜ୍ୟକୁ ଯାଉଥିବାବେଳେ ଭୁବନେଶ୍ୱର ଏମ୍ସକୁ ଆସିବ ଇକମୋ ମେସିନ୍ । ଭୁବନେଶ୍ୱର AIIMS ପକ୍ଷରୁ ECMO ମେସିନ ପରଚେଜ ଅର୍ଡର ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମ୍ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି। ଇକ୍ମୋ ପରିଚାଳନା ପାଇଁ ଏମ୍ସ ଅଧିକ ଟେକ୍ନିସିଆନ ନିଯୁକ୍ତ କରୁଛି। ଏବେ କେତେକ ଅଧ୍ୟାପକଙ୍କୁ ମେସିନ ପରିଚାଳନା ତାଲିମ ଦିଆଯାଇଛି ବୋଲି ଭୁବନେଶ୍ୱର ଏମ୍ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି।
ମହାମାରୀ କରୋନାରେ ଗୁରୁତର ହେଉଥିବା ରୋଗୀଙ୍କ ପାଇଁ ECMO ବରଦାନ ସାବ୍ୟସ୍ତ ହୋଇଛି। ହେଲେ ଓଡ଼ିଶାରେ କୌଣସି ସରକାରୀ ମେଡିକାଲ୍ରେ ECMO ମେସିନ୍ ନଥିବାରୁ ଗୁରୁତର ରୋଗୀଙ୍କୁ ରାଜ୍ୟ ବାହାରକୁ ଏୟାରଲିପ୍ଟିଂ କରାଯାଉଛି। ଗତ ସପ୍ତାହେ ମଧ୍ୟରେ ୩ ଜଣଙ୍କୁ ଏୟାରଲିପ୍ଟିଂ କରାଯାଇସାରିଲାଣି। ଏପରି ସ୍ଥିତି ଓଡ଼ିଶାରେ ଗୁରୁତର ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଭୁବନେଶ୍ୱର ଏମ୍ସରେ ECMO ମେସିନ୍ ଇନ୍ଷ୍ଟଲ କରିବାର ବ୍ୟବସ୍ଥା କରାଯାଉଛି। ଏହା ନିଶ୍ଚିତ ଓଡ଼ିଶା ପରି ରାଜ୍ୟ ପାଇଁ ଖୁସି ଖବର। ଏମ୍ସରେ ECMO ମେସିନ୍ ଲାଗିଲେ ଭବିଷ୍ୟତରେ ଆଉ ରାଜ୍ୟ ବାହାରକୁ ଗୁରୁତର ରୋଗୀଙ୍କୁ ଏୟାରଲିପ୍ଟିଂ କରିବାକୁ ପଡ଼ିବନାହିଁ। ସେପଟେ ଓଡ଼ିଶା ସରକାର କଟକ ଏସ୍ସିବି ଓ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍ରେ ECMO ମେସିନ୍ ଲଗାଇବାର ବ୍ୟବସ୍ଥା କରୁଛନ୍ତି।
Powered by Froala Editor