ଦାଉଦର ପ୍ଲଟ ନିଲାମ : ତିଆରି ହେବ ସନାତନ ସ୍କୁଲ

ଶୁକ୍ରବାର ଦାଉଦ ଇବ୍ରାହିମର ୪ଟି ସମ୍ପତ୍ତିର ନିଲାମ ହୋଇଛି। ଇବ୍ରାହିମ୍ଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ୨ଟି ସମ୍ପତ୍ତି ନିଲାମ ଜରିଆରେ ବିକ୍ରି ହୋଇଛି। ୧୭୦.୯୮ ବର୍ଗମିଟରର କୃଷି ଜମି୨.୦୧ କୋଟିରେ ବିକ୍ରି ହୋଇଛି, ଯାହାର ରିଜର୍ଭ ପ୍ରାଇସ୍ ୧୫,୪୪୦ ଟଙ୍କା ଥିଲା। ସେହିପରି ୧୭୩୦ ବର୍ଗମିଟରର ଅନ୍ୟ ଏକ ଜମି ୩.୨୮ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି। ଜଣେ ବ୍ୟକ୍ତି ୨ଟି ଯାକ ସମ୍ପତ୍ତିକୁ କିଣିଥିଲେ ହେଁ ତାଙ୍କ ନାମ ପ୍ରକାଶ କରାଯାଇ ନାହିଁ।
ପ୍ରକାଶ ଯେ, ତସ୍କର ଏବଂ ବିଦେଶୀ ବିନିମୟ ଅପରେଟରଙ୍କ (ସମ୍ପତ୍ତି ଜବତ) ଆଇନ ଅନୁଯାୟୀ ଉପଯୁକ୍ତ କର୍ତ୍ତୃପକ୍ଷ ଦାଉଦ୍ଙ୍କ ମହାରାଷ୍ଟ୍ରର ରତ୍ନଗିରି ଜିଲା ମୁମ୍ବକେ ଗ୍ରାମରେ ଥିବା ୪ଟି ସମ୍ପତ୍ତିର ନିଲାମ ଡାକିଥିଲେ। ୨ଟି ଜମି ପାଇଁ କେହି ବିଡ୍ ଦାଖଲ ନ କରିବାରୁ ଅବଶିଷ୍ଟ ୨ଟିର ନିଲାମ କରାଯାଇଥିଲା। ଦକ୍ଷିଣ ମୁମ୍ବାଇର ଆୟକର ଭବନରେ ଜମି ନିଲାମ ଡକାଯାଇଥିଲା।
ଦାଉଦର ଗୋଟିଏ ପ୍ଲଟ କିଣିଥିବା ବ୍ୟକ୍ତି ଜଣଙ୍କ କହିଛନ୍ତି, ଜମିର ସର୍ଭେ ନମ୍ବର ଓ ଏହାକୁ କିଣିବା ପାଇଁ ହୋଇଥିବା ଖର୍ଚ୍ଚ ଗୋଟିଏ ଲକି ନମ୍ବର। ତେଣୁ ସେ ଏହାକୁ କିଣିଛନ୍ତି। ଏଠାରେ ବିକ୍ରେତା ଜଣଙ୍କ ଗୋଟିଏ ସନାତନ ସ୍କୁଲ କରିବେ ବୋଲି କହିଛନ୍ତି।
୧୯୯୩ ମୁମ୍ବାଇ ସିରିଜ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ଦାଉଦ ଭାରତରୁ ଫେରାର ହେବା ପରେ ପାକିସ୍ତାନର କରାଚିରେ ରହିଛି। ହେଲେ ଭାରତ ସରକାର ତାକୁ ଏଯାଏ ଧରିବାକୁ ସକ୍ଷମ ହୋଇ ନାହାନ୍ତି।
Powered by Froala Editor