ଅବସର ପରେ ଝିଅକୁ ପଢାଉଥିଲେ, ଦୁହେଁ ପାଇଲେ ସରକାରୀ ଚାକିରି

ଜଣେ ସେନା କର୍ମଚାରୀ ଓ ତାଙ୍କ ଝିଅ ଏକା ସାଙ୍ଗରେ ସରକାରୀ ଚାକିରି ପାଇଛନ୍ତି । ଏହି ସଫଳତା ପାଇଁ ସେ ଏକାଗ୍ରତା ଓ ନିଷ୍ଠା ଜରୁରୀ ବୋଲି କହିଛନ୍ତି । ଏମିତି ଘଟଣା ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି। ଏଠାରେ ଜଣେ ବାପା ଝିଅ ସହିତ ମିଶି ପାଠପଢ଼ି ପରୀକ୍ଷା ଦେଇଥିଲେ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ବାପା ଓ ଝିଅ ଉଭୟ ସରକାରୀ ଚାକିରି ପାଇ ଯାଇଛନ୍ତି।
ସରକାରୀ ଚାକିରି ପାଇଥିବା ବାପା ରବୀନ୍ଦ୍ର ତ୍ରିପାଠୀ ଜଣେ ଅବସରପ୍ରାପ୍ତ ସେନାକର୍ମୀ। ୨୦୧୯ରେ ସେନାରୁ ଅବସର ନେଇଥିଲେ ରବୀନ୍ଦ୍ର । ସେନାରୁ ଅବସର ନେବା ପରେ ରବୀନ୍ଦ୍ର ତ୍ରିପାଠୀଙ୍କୁ ଘରେ ଖାଲିଖାଲି ବସିବାକୁ ଭଲ ଲାଗି ନଥିଲା। ତେଣୁ ଯେତେବେଳେ ଝିଅ ପ୍ରିୟା ତ୍ରିପାଠୀ ପାଠପଢ଼ୁ ଥାଆନ୍ତି ତାଙ୍କ ପାଖରେ ଯାଇ ଉକ୍ତ ପାଠକୁ ପଢ଼ିବା ଆରମ୍ଭ କରିଥିଲେ। ଯେଉଁ ପାଠ ଜାଣି ପାରନ୍ତି ନାହିଁ ସେ ଝିଅକୁ ପଚାରି ବୁଝି ଥାଆନ୍ତି। ଏହାରି ଭିତରେ ଲକ୍ଷ୍ମୌରେ ରାଜସ୍ବ ଲେଖପାଲ ପରୀକ୍ଷା ବାହାରିଥିଲା । ଝିଅ ତାଙ୍କ ବାପାଙ୍କୁ ମଧ୍ୟ ଏହି ପରୀକ୍ଷା ଦେବାକୁ କହିଥିଲେ । ରବୀନ୍ଦ୍ର ଝିଅ କଥା ମାନି ପରୀକ୍ଷା ଦେଇଥିଲେ । ଯେଉଁଥିରେ ତାଙ୍କୁ ସଫଳତା ମିଳିଛି । ଉତ୍ତରପ୍ରଦେଶ ଅଧୀନସ୍ତ ସେବା ଚୟନ ଆୟୋଗ ଦ୍ବାରା ଆୟୋଜିତ ଲେଖପାଲ ପରୀକ୍ଷାର ଫଳାଫଳ ସାମ୍ନାକୁ ଆସିଥିଲା। ଏଥିରେ ବାପ ଓ ଝିଅ ଦୁହେଁ ଏକାସହିତ ସରକାରୀ ଚାକିରି ପାଇଁ ଉତ୍ତୀର୍ଣ୍ଣ ହୋଇଥିଲେ।
Powered by Froala Editor