ଆଦାନୀ ପୁଣି ଏସିଆର ନଂ ୧ ଧନୀ, ପଛରେ ପଡିଲେ ଅମ୍ବାନୀ
ପୁଣି ଏସିଆର ଶ୍ରେଷ୍ଠ ଧନୀ ହେଲେ ଗୌତମ ଆଦାନୀ। ମୁକେଶ ଅମ୍ବାନିଙ୍କୁ ପଛରେ ପକାଇ ଏସିଆ ମହାଦେଶ ତଥା ଦେଶର ଧନୀ ତାଲିକାର ଶୀର୍ଷରେ ପହଞ୍ଚିଛନ୍ତି ଆଦାନୀ। ବିଶ୍ୱର ଅରବପତିଙ୍କ ଲିଷ୍ଟରେ ଏବେ ସେ ୧୨ତମ ସ୍ଥାନରେ ରହିଛନ୍ତି । ଆଦାନୀଙ୍କ ନେଟ ୱର୍ଥରେ ଜବରଦସ୍ତ ବୃଦ୍ଧି ସହିତ ୨୪ ଘଣ୍ଟାରେ ତାଙ୍କର ସମ୍ପତ୍ତି ୭.୬ ଅରବ ଡଲାର ବୃଦ୍ଧି ପାଇଛି ।
ବ୍ଲୁମବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସ ଅନୁଯାୟୀ, ଆଦାନୀଙ୍କ ନେଟୱର୍ଥ ଗୋଟିଏ ଦିନରେ ୭୭୦ କୋଟି ଡଲାର ବୃଦ୍ଧି ପାଇଥିଲା, ଯାହା ପରେ ଆଦାନୀଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୯୭୬୦ କୋଟି ଡଲାରରେ ପହଞ୍ଚିଛି। ଏହି ମୂଲ୍ୟ ସହ ଆଦାନୀ ଗ୍ରୁପ୍ ମାଲିକ ଗୌତମ ଆଦାନୀ ଏସିଆର ସବୁଠୁ ଧନୀ ବନିଯାଇଛନ୍ତି।
ହିଣ୍ଡେନବର୍ଗ ରିପୋର୍ଟ ପରେ ଆଦାନୀ ଗ୍ରୁପ୍ ଏକ ଖରାପ ସମୟ ଦେଇ ଗତି କରିଥିଲା। ଆଦାନୀ ଗ୍ରୁପ୍ ‘ଷ୍ଟକ୍ ପ୍ରାଇସ୍’ରେ ଜାଲିଆତି କରିଥିବା ନେଇ ହିଣ୍ଡେନବର୍ଗ ରିପୋର୍ଟ କରିଥିଲା। ଏହାପରେ ଗତବର୍ଷ ଏକ ସମୟରେ କମ୍ପାନୀ ୧୫,୦୦୦ କୋଟି ଡଲାରରୁ ଅଧିକ ହରାଇଥିଲା। ଗତ ୩ ତାରିଖରେ ସୁପ୍ରିମକୋର୍ଟ ଆଦାନୀ-ହିଣ୍ଡେନବର୍ଗ ମାମଲାର ଶୁଣାଣି କରିଥିଲେ । ତା' ପରଠାରୁ ଅଦାନୀଙ୍କର ସମ୍ପତ୍ତିରେ ଦ୍ରୁତ ବୃଦ୍ଧି ପରିଲକ୍ଷିତ ହୋଇଛି । ଏହି ମାମଲାରେ ଆଦାନୀ ଗ୍ରୁପର ଅଧ୍ୟକ୍ଷଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ଏକ ବଡ଼ ଆଶ୍ୱସ୍ତି ମିଳିଥିଲା ।
Powered by Froala Editor