‘ଏନ୍ସିପି’ ବିଧାୟକଙ୍କ ବିବାଦୀୟ ବୟାନ : ପ୍ରଭୁ ରାମ ଥିଲେ ମାଂସାହାରୀ

ନିରାମିଷାଶୀ ହୋଇ ୧୪ ବର୍ଷ ବନସ୍ତରେ ରହିବା ସମ୍ଭବ ନଥିବାରୁ ପ୍ରଭୁ ରାମଚନ୍ଦ୍ର କଦାପି ନିରାମିଷାଶୀ ନ ଥିଲେ ବୋଲି ମହାରାଷ୍ଟ୍ରର ‘ଏନ୍ସିପି’ ନେତା ଜିତେନ୍ଦ୍ର ଆହ୍ୱାଡ ଦେଇଥିବା ମନ୍ତବ୍ୟ ସମ୍ପ୍ରତି ବିବାଦୀୟ ହୋଇପଡ଼ିଛି। ସେ କହିଛନ୍ତି, "ଭଗବାନ ରାମ ଶାକାହାରୀ ନଥିଲେ, ମାଂସାହାରୀ ଥିଲେ।"
ଏନସିପିର ଶରଦ ପାୱାର କ୍ୟାମ୍ପରେ ଥିବା ଜିତେନ୍ଦ୍ର ଆହ୍ୱାଡ ବୁଧବାର ମହାରାଷ୍ଟ୍ରର ଶ୍ରୀଦିରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, "ପ୍ରଭୁ ରାମ ବହୁଜନଙ୍କ ମଧ୍ୟରୁ ଆସନ୍ତି। ସେ ଜଣେ ବହୁଜନ। ସେ ପଶୁ ଶିକାର କରନ୍ତି ଏବଂ ଖାଆନ୍ତି। କିଛି ଲୋକ ପ୍ରଭୁ ରାମଙ୍କ ଉଦାହରଣ ଦେଇ ସମସ୍ତଙ୍କୁ ଶାକାହାରୀ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ପ୍ରଭୁ ରାମ ଶାକାହାରୀ ନଥିଲେ, ସେ ଜଣେ ମାଂସାହାରୀ ଥିଲେ। ଜଣେ ବ୍ୟକ୍ତି ଯିଏ ୧୪ ବର୍ଷ ଧରି ଜଙ୍ଗଲରେ ରହିଥିଲେ - ସେ କେଉଁଠୁ ଶୁଦ୍ଧ ନିରାମିଶ ଆହାର ପାଇବେ?"
ଏ ସଂକ୍ରାନ୍ତରେ ‘ବିଜେପି’ ବିଧାୟକ ରାମ କଦମ କହିଛନ୍ତି, ଯଦି ବାଲାସାହେବ ବଞ୍ଚି ଥାଆନ୍ତେ, ଶିବସେନାର ‘ସାମ୍ନା’ ସମ୍ବାଦପତ୍ର ‘ରାମ ଆମିଷାଶୀ’ ଟିପ୍ପଣୀକୁ ସମାଲୋଚନା କରି ଥାଆନ୍ତା। କିନ୍ତୁ, ଆଜିର ବାସ୍ତବତା ହେଉଛି, କେହି ହିନ୍ଦୁମାନଙ୍କୁ ବିଦ୍ରୂପ କଲେ ସେମାନେ (ଉଦ୍ଧବ ସେନା) ପରବାୟ କରୁନାହାନ୍ତି। ସେମାନେ ଭିନ୍ନ, ବରଫ ପରି ଶୀତଳ। କିନ୍ତୁ, ନିର୍ବାଚନ ଆସିଲେ ସେମାନେ ହିନ୍ଦୁତ୍ବ କଥା କହିବେ।
Powered by Froala Editor