ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା
ଟାଙ୍ଗୀ : ଚିଲିକାରେ ଆରମ୍ଭ ପକ୍ଷୀ ଗଣନା । ଚିଲିକା ବନ୍ୟପ୍ରାଣୀ ଡିଭିଜନ, ବାଲୁଗାଁ ପକ୍ଷରୁ ସମଗ୍ର ଚିଲିକାରେ ଦେଶୀ ଏବଂ ବିଦେଶୀଙ୍କ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି । ଏଥି ପାଇଁ ମୋଟ ୨୧ଟି ନିୟୋଜିତ ହୋଇଛନ୍ତି ।
ଖବର ଅନୁଯାୟୀ, ଚଳିତ ବର୍ଷ ସମଗ୍ର ଚିଲିକା ଯଥା ଖୋର୍ଦ୍ଧା ଜିଲ୍ଲା, ଗଞ୍ଜାମ ଜିଲ୍ଲା ଏବଂ ପୁରୀ ଜିଲ୍ଲା ସଲଗ୍ନ ଚିଲିକାରେ ଶୀତ ଋତୁରେ କେତେ ସଂଖ୍ୟକ ଏବଂ କେତେ ପ୍ରଜାତିର ଦେଶୀ-ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଛି । ତାହାର ରେକର୍ଡ କରାଯିବା ପାଇଁ ସରକାରୀ ଭାବେ ଗଣନା କରାଯାଇଥାଏ । ପକ୍ଷୀଙ୍କ ଗଣନା ପାଇଁ ଚିଲିକା ବନ୍ୟପ୍ରାଣୀ ଡିଭିଜନ, ବାଲୁଗାଁ ଅଧିନରେ ଥିବା ୫ଟି ରେଞ୍ଜ (ଚିଲିକା , ସାତପଡ଼ା , ରମ୍ଭା , ନୂଆପଡା , ଟାଙ୍ଗୀ ) ରେ ସର୍ବମୋଟ ୨୧ଟି ଟିମ୍ ନିୟୋଜିତ ହୋଇଛନ୍ତି ।
ତେବେ ସ୍ଥଳପଥରେ ୨ଟି ଟିମ୍ ଏବଂ ଜଳ ପଥରେ ୧୯ଟି ଟିମ୍ ଏହି ଗଣନା କାର୍ୟ୍ୟରେ ସାମିଲ ହୋଇଛନ୍ତି । ପ୍ରତି ଟିମ୍ ରେ ୫/୬ ଜଣ ଗଣନାକାରୀ ଅଛନ୍ତି । ପକ୍ଷୀ ଗଣନା ସମୟରେ ଚିଲିକା ମଧ୍ୟକୁ ମତ୍ସ୍ୟଜୀବୀ ଓ ପର୍ୟ୍ୟଟକଙ୍କ ଯିବା ଉପରେ କଟକଣା ଲଗାଯାଇଛି।
Powered by Froala Editor