ଆଦାନୀ ଗ୍ରୁପକୁ କ୍ଲିନ୍ ଚିଟ୍ : SEBI ତଦନ୍ତ ରିପୋର୍ଟରେ ହସ୍ତକ୍ଷେପ କରିବେନି ସୁପ୍ରିମକୋର୍ଟ

ହିଣ୍ଡେନବର୍ଗ ମାମଲାରେ ଆଦାନୀ ଗ୍ରୁପକୁ ମିଳିଛି କ୍ଲିନ୍ ଚିଟ୍। ସେବି(SEBI)ର ତଦନ୍ତ ରିପୋର୍ଟରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ୩ ଜଜଙ୍କ ଖଣ୍ଡପୀଠ କହିଛନ୍ତି ଯେ ସେବି ତଦନ୍ତ ଠିକ୍ ଅଛି ଏବଂ ସେ ଏହି ମାମଲାର ତଦନ୍ତ ପାଇଁ ସକ୍ଷମ ଏଜେନ୍ସି ଅଟେ । ମାର୍କେଟ୍ ନିୟାମକ ଆଦାନୀ-ହିଣ୍ଡନବର୍ଗ ମାମଲାରେ ୨୪ ମଧ୍ୟରୁ ୨୨ ମାମଲାର ତଦନ୍ତ ଶେଷ କରିସାରିଛି ।
ସେହିପରି ଏହି ମାମଲରେ ଏସ୍ଆଇଟି ତଦନ୍ତକୁ ମନା କରିଦେଇଛନ୍ତି କୋର୍ଟ। ତଦନ୍ତକୁ ସିକ୍ୟୁରିଟିଜ୍ ଆଣ୍ଡ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ ବା ସେବି ଠାରୁ ସ୍ପେସାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍ (SIT)କୁ ନେବାର କୌଣସି କାରଣ ନାହିଁ। ନିୟମ ଅନୁଯାୟୀ ସେବି ତଦନ୍ତ କରିଛି। ସେବିର ତଦନ୍ତ ଉପଯୁକ୍ତ। ଏହି ଘଟଣାର ଅନୁସନ୍ଧାନ କରିବା ପାଇଁ ଏହା ଏକ ଦକ୍ଷ ଏଜେନ୍ସି ଅଟେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏବେ ଆଉ ଦୁଇଟି ମାମଲାର ତଦନ୍ତ ବାକି ରହିଛି । ଏହି ଦୁଇ ମାମଲାକୁ ଶେଷ କରିବା ପାଇଁ ସୁପ୍ରିମକୋର୍ଟ ସେବିକୁ ତିନି ମାସ ସମୟ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଆମେରିକାର ସର୍ଟ ସେଲର ଫାର୍ମ ୨୦୨୩ ଜାନୁଆରୀ ମାସରେ ଆଦାନୀ ଗ୍ରୁପକୁ ନେଇ ଏକ ରିସର୍ଚ୍ଚ ରିପୋର୍ଟ ପ୍ରକାଶ କରିଥିଲା । ଏଥିରେ ଆଦାନୀ କମ୍ପାନିର ସେୟାର ଓଭରଭେଲ୍ୟୁଡ୍ ଏବଂ ସେୟାର ମୂଲ୍ୟରେ ହେରଫେର୍ କରିଥିବା ଅଭିଯୋଗ ଆଣିଥିଲା ।
Powered by Froala Editor