ସବୁଠୁ ଖରାପ ତରକାରୀ ତାଲିକାରେ ଆଳୁବାଇଗଣ
ବାଇଗଣ ଓ ଆଳୁ ତରକାରୀ । ପିଆଜ, ଟମାଟୋ ଓ କିଛି ମସଲା ସହ ଏହି ତରକାରୀ ତିଆରି ହୁଏ । ଏହାକୁ ତରକାରୀ କିମ୍ବା ଭଜା ଦୁଇପ୍ରକାର ଭାବେ ପ୍ରସ୍ତୁତ କରାଯାଇଥାଏ। ଏହାକୁ ଲୋକେ ଭାତ ଓ ରୁଟି ଉଭୟରେ ଖାଇବାକୁ ପସନ୍ଦ କରିଥାଆନ୍ତି। ହେଲେ ଷ୍ଟେଟ ଆଟଲାସ ତାଲିକାରେ ଏହାକୁ ସବୁଠାରୁ ଖରାପ ତରକାରୀ ବୋଲି ରେଟିଂ ମିଳିଛି । ଟେଷ୍ଟ ଆଟଲାସ ତାଲିକାରେ ଆଳୁବାଇଗଣ ବ୍ୟଞ୍ଜନକୁ ୨.୭ଷ୍ଟାର ମିଳିଛି। ତାଲିକାରେ ଏହି ବ୍ୟଞ୍ଜନ ୬୦ନମ୍ବରରେ ରହିଛି।
ସେହିପରି ଦୁନିଆର ସବୁଠାରୁ ଖରାପ ରେଟିଂ ପାଇଥିବା ଖାଦ୍ୟ ତାଲିକାର ଶୀର୍ଷରେ ରହିଛି ଆଇସଲ୍ୟାଣ୍ଡର 'ହକାର୍ସ' । ଏହି ଖାଦ୍ୟକୁ ସାର୍କ ମାଂସରେ ପ୍ରସ୍ତୁତ କରାଯାଏ। ଏହି ଖାଦ୍ୟକୁ ଯିଏବି ପ୍ରଥମ ଥର ଖାଇବ ଦ୍ବିତୀୟଥର କେବେ ବି ଖାଇବ ନାହିଁ। ଏହି ଖାଦ୍ୟର ସ୍ବାଦ ରାଗ ଲାଗିଥାଏ। କିନ୍ତୁ ଏହି ବ୍ୟଞ୍ଜନକୁ ଆଇସଲ୍ୟାଣ୍ଡର ଲୋକମାନେ ଅଧିକମାତ୍ରାରେ ପସନ୍ଦ କରନ୍ତି।
ତେବେ ଏଭଳି ଖାଦ୍ୟ ତାଲିକା ରିପୋର୍ଟ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କେହିକେହି ପ୍ରତିକ୍ରିୟା ଦେଇ କହିଛନ୍ତି, 'ସମସ୍ତଙ୍କ ପସନ୍ଦ ଭିନ୍ନ । ତେଣୁ କୌଣସି ଖାଦ୍ୟକୁ ଖରାପ ତାଲିକାରେ ସାମିଲ କରିବା ଉଚିତ ନୁହେଁ।'
ଆଉ କିଛି ୟୁଜର୍ସ ଏହାକୁ ନେଇ ମଜାକ ଉଡାଇଛନ୍ତି । କେଉଁ ଇଣ୍ଡେକ୍ସ ବ୍ୟବହାର କରି ଏଭଳି ତାଲିକା ପ୍ରସ୍ତୁତ କରାଗଲା ବୋଲି ପଚାରିଛନ୍ତି । ତେବେ କେଉଁ ଖାଦ୍ୟ ସବୁଠୁ ଲୋକପ୍ରିୟ ସେ ବାବଦରେ କିଛି ଜଣାପଡିନାହିଁ ।
Powered by Froala Editor