ମୁସଲିମ୍ ଲିଗ୍ ଜମ୍ମୁ କାଶ୍ମୀର ନିଷିଦ୍ଧ ଘୋଷଣା

ନୂଆଦିଲ୍ଲୀ: ମୁସଲିମ୍ ଲିଗ୍ ଜମ୍ମୁ କାଶ୍ମୀର ସଙ୍ଗଠନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଦେଶ ବିରୋଧୀ କାର୍ୟ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ଏହାକୁ ନିଷିଦ୍ଧ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏନେଇ ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି। ମୁସଲିମ୍ ଲିଗ୍ ଜମ୍ମୁ କାଶ୍ମୀର(ମସରତ ଆଲମ ଗୋଷ୍ଠୀ) ଉପରେ ବେଆଇନ କାର୍ୟ୍ୟକଳାପ ନିବାରଣ ଅଧିନିୟମ(ୟୁଏପିଏ) ଆଧାରରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କହିଛନ୍ତି ଶାହ।
ସେ ଲେଖିଛନ୍ତି ଯେ, ଏହି ସଂଗଠନ ବିରୋଧରେ ଲୋକଙ୍କୁ ପ୍ରବର୍ତ୍ତାଇବା ଏବଂ ଆତଙ୍କବାଦୀ କାର୍ୟ୍ୟକଳାପରେ ସମ୍ପୃକ୍ତି ନେଇ ଗୁରୁତର ଅଭିଯୋଗ ରହିଛି। ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କର ସ୍ପଷ୍ଟ ବାର୍ତ୍ତା ରହିଛି ଯେ ଦେଶର ଏକତା, ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ବିରୋଧରେ କାର୍ୟ୍ୟ କରୁଥିବା ବ୍ୟକ୍ତିଙ୍କୁ କଦାପି ଛଡ଼ାଯିବ ନାହିଁ। ଏପରି ଲୋକ ଏବଂ ସଙ୍ଗଠନମାନଙ୍କୁ କଠୋର ଆଇନର ସମ୍ମୁଖୀନ ହେବାକୁ ପଡ଼ିବ।
Powered by Froala Editor