ଦିଲ୍ଲୀରେ ଘନ କୁହୁଡ଼ି : ୧୧୦ ବିମାନ ଉଡ଼ାଣ ବିଳମ୍ବ, ୨୫ ଟ୍ରେନ୍ ବାତିଲ

ପ୍ରବଳ କୁହୁଡିରୁ ରାଜଧାନୀ ଦିଲ୍ଲୀରେ ସାଧାରଣ ଜୀବନଯାପନ ପ୍ରଭାବିତ ହୋଇଛି। କମ ଭିଜିବିଲିଟିରୁ ବିମାନ ଓ ଟ୍ରେନ ସେବା ମଧ୍ୟ ପ୍ରଭାବିତ ହୋଇଛି। ଭିଜିବିଲିଟି ୫୦ ମିଟରକୁ ଖସି ଥିବା ନେଇ ସୂଚନା ମିଳିଛି। ଦିଲ୍ଲୀରେ ୧୧୦ରୁ ଅଧିକ ଫ୍ଲାଇଟ ଉଡାଣ ବିଳମ୍ବ ହୋଇଛି।
ସୂଚନା ଅନୁଯାୟୀ, ଘନ କୁହୁଡି କାରଣରୁ ଦିଲ୍ଲୀ ଏୟାରପୋର୍ଟରେ ୩୦ ବିମାନ ଉଡାଣରେ ବିଳମ୍ବ ହୋଇଥିଲା। ଅନେକ ଅନ୍ତର୍ଜାତୀୟ ବିମାନର ଉଡାଣ ବିଳମ୍ବ ହୋଇଛି। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଘନକୁହୁଡ଼ି ପାଇଁ ୨୫ଟି ଟ୍ରେନକୁ ବାତିଲ କରାଯାଇଛି। ଆଉ କିଛି ଟ୍ରେନର ଯାତ୍ରା ସମୟକୁ ବିଳମ୍ବ କରାଯାଇଛି।
ଆଗ୍ରାରେ ପର୍ଯ୍ୟଟକମାନଙ୍କ ପାଇଁ ଥିବା ଐତିହାସିକ ଦର୍ଶନୀୟସ୍ଥାନ ସବୁ କୁହୁଡ଼ିଚାଦରରେ ଢ଼ାଙ୍କି ହୋଇଯାଇଛି। ଯେଉଁଥିପାଇଁ ଦୂରଦୂରାନ୍ତରୁ ଯାଇଥିବା ପର୍ଯ୍ୟଟକଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ୁଛି।
ଏହି ଘନ କୁହୁଡ଼ି ପାଇଁ ବୁଧବାର ଉତ୍ତରପ୍ରଦେଶର ଆଗ୍ରାରେ ଜାତୀୟ ରାଜପଥରେ ୧୨ରୁ ଅଧିକ ଗାଡ଼ି ପରସ୍ପର ସହିତ ଧକ୍କା ଖାଇ ରାସ୍ତାରେ ଅଟକି ଯାଇଥିଲେ। ଏହି ଦୁର୍ଘଟଣାରେ ୧୨ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
Powered by Froala Editor