ଆଇଏଏସ୍ଙ୍କୁ ଜୀବନସାଥୀ ଭାବେ ଗ୍ରହଣ କଲେ ବିଧାୟକ, ଉଦୟପୁରରେ ଗ୍ରାଣ୍ଡ ୱେଡିଂ
ଡିସେମ୍ବର ୨୪ ତାରିଖରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭଜନଲାଲଙ୍କ ନାତି ତଥା ବିଜେପି ନେତା କୁଲଦୀପ ବିଶ୍ନୋଇଙ୍କ ପୁଅ ଓ ଆଦମପୁର ବିଧାୟକ ଭବ୍ୟ ବିଶ୍ନୋଇଙ୍କ ବିବାହ ଧୁମଧାମରେ ହୋଇଛି। ରାଜସ୍ଥାନର ଉଦୟପୁରରେ ଆଇଏଏସ ପରୀ ବିଶ୍ନୋଇଙ୍କ ହାତ ଧରିଛନ୍ତି ବିଧାୟକ । ଏହି ବିବାହରେ ଅନେକ ଭିଆଇପି ସାମିଲ ହୋଇଥିଲେ। ବିବାହ ପରେ ଦୁହେଁ ନିଜ ନିଜ ଇନଷ୍ଟାଗ୍ରାମରେ ଯୁଗଳ ଫଟୋ ପୋଷ୍ଟ କରିଛନ୍ତି।
୨୦୧୯-୨୦୨୦ ବ୍ୟାଚର ଆଇଏଏସ ଅଧିକାରୀ ପରୀ ସମ୍ପ୍ରତି ସିକ୍କିମ କ୍ୟାଡରରେ ନିୟୋଜିତ ଅଛନ୍ତି। ଉକ୍ତ ଅଞ୍ଚଳରେ ପରୀ ଲୋକଙ୍କ ସମାସ୍ୟାର ସମାଧାନ ପାଇଁ ଉଦ୍ୟମ କରିଥାଆନ୍ତି।
୨୦୨୩ ମଇ ୩ ତାରିଖରେ ଦାର୍ଜିଲିଂରେ ଭବ୍ୟଙ୍କ ସହ ପରୀ ବିଶ୍ନୋଇଙ୍କ ନିର୍ବନ୍ଧ ହୋଇଥିଲା। ୨୪ରେ ବିବାହ ସରିବା ପରେ ଉଭୟଙ୍କ ଯୋଡିକୁ ସମସ୍ତେ ବହୁତ ପସନ୍ଦ କରୁଛନ୍ତି ।
Powered by Froala Editor