ଏଏସଓ ଚୟନ ମେରିଟ ଲିଷ୍ଟ କାଏମ୍ ରଖିଲେ ହାଇକୋର୍ଟ
ଭୁବନେଶ୍ବର: ଏଏସଓ ଚୟନ ମେରିଟ ଲିଷ୍ଟ କାଏମ୍ ରଖିଛନ୍ତି ହାଇକୋର୍ଟ । ୧୧୦୪ ଜଣଙ୍କ ଓପିଏସସି ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ। ଓପିଏସସି ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇନି ବୋଲି କହିଛନ୍ତି ହାଇକୋର୍ଟ । ଯେଉଁଠୁ ପ୍ରକ୍ରିୟା ବନ୍ଦ ରହିଥିଲା ସେଠାରୁ ଚାଲୁ ରଖିବାକୁ ଓପିଏସସିକୁ ନିର୍ଦ୍ଦେଶ ଦିଆଯାଇଛି। ଜଣକିଆ ଖଣ୍ଡପୀଠଙ୍କ ରାୟକୁ ଖାରଜ କରିଛନ୍ତି ୨ ଜଣିଆ ଖଣ୍ଡପୀଠ।
ହାଇକୋର୍ଟଙ୍କର ପୂର୍ବ ରାୟକୁ ଚ୍ୟାଲେଞ୍ଜ କରି ଡିଭିଜନ ବେଞ୍ଚରେ ଦାୟର ହୋଇଥିଲା ରିଟ ଅପିଲ । ଯାହା ଉପରେ ଗତ ୮ ତାରିଖ ଏବଂ ୯ ତାରିଖରେ ଦୁଇ ଦିନ ଧରି ହାଇକୋର୍ଟରେ ଶୁଣାଣି ଚାଲିଥିଲା । ୯ ତାରିଖରେ ରାୟ ସଂରକ୍ଷିତ ରହିଥିଲା ।ପୂର୍ବ ପ୍ରକାଶିତ ମେଧା ତାଲିକାକୁ ହାଇକୋର୍ଟ ରଦ୍ଦ କରିଥିଲେ । ୨ ମାସ ଭିତରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ ଗତ ମେ ମାସରେ ନିର୍ଦେଶ ଦେଇଥିଲେ ହାଇକୋର୍ଟ. ତେବେ ମେଧା ତାଲିକାରୁ ବାଦ ପଡ଼ିଥିବା ପ୍ରାର୍ଥୀମାନେ ହାଇକୋର୍ଟଙ୍କ ଉକ୍ତ ରାୟର ପୁନର୍ବିଚାର କରିବାକୁ ଏକ ରିଟ୍ ପିଟିସନ ସହିତ ରିଭ୍ୟୁ ପିଟିସନ ଦାୟର କରିଥିଲେ.ଉଭୟ ପିଟିସନର ଏକତ୍ର ଶୁଣାଣି କରିଥିଲେ ହାଇକୋର୍ଟ ।
ନିକଟରେ ଦୁଇଟି ଯାକ ଆବେଦନକୁ ଖାରଜ କରିଥିଲେ ହାଇକୋର୍ଟ । ପରେ ଆବେଦନକାରୀ ମାନେ ଡିଭିଜନ ବେଞ୍ଚରେ ରିଟ ଆବେଦନ କରିଥିଲେ. ୭୯୬ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ବା ଏଏସଓ ନିଯୁକ୍ତି ପାଇଁ ଓପିଏସସି ପକ୍ଷରୁ ପରୀକ୍ଷା କରାଯାଇଥିଲା । କିନ୍ତୁ ଓପିଏସସି ପ୍ରକାଶ କରିଥିବା ମେଧା ତାଲିକାକୁ ଗତ ମେ ମାସରେ ହାଇକୋର୍ଟ ରଦ୍ଦ କରିଥିଲେ ।
Powered by Froala Editor