ଭାଇଙ୍କୁ କିଡନୀ ଦେବାରୁ ସ୍ବାମୀ ଦେଲେ ‘ତିନ୍ ତଲାକ୍’
ଭାଇକୁ ଭଲ କରିବାକୁ ଯାଇ ମହିଳାଙ୍କ ଉଜୁଡିଲା ସଂସାର । ଉତ୍ତର ପ୍ରଦେଶର ବୈରିୟାହି ଗାଁରେ ରହୁଥିବା ସ୍ତ୍ରୀ ତା’ର ଅସୁସ୍ଥ ଭାଇକୁ ‘କିଡ୍ନି’ ଦାନ କରିଥିବା ଜାଣି ସାଉଦି ଆରବରେ କାମ କରୁଥିବା ସ୍ବାମୀ ତାଙ୍କୁ ‘ହ୍ବାଟ୍ସ୍ଆପ୍’ରେ ତିନ୍ ତଲାକ୍ ଦେଇଥିବା ପୁଲିସ କହିଛି।
ତରନ୍ନୁମଙ୍କ ଭାଇ ମୋହଦ୍ ଶାକିର କିଡନୀ ରୋଗରେ ପୀଡିତ ହୋଇ ମୁମ୍ବାଇରେ ଚିକିତ୍ସିତ ହେଉଥିଲେ । ତାଙ୍କ ଜୀବନ ବଞ୍ଚାଇବା ପାଇଁ ତରନ୍ନୁମ ପାଞ୍ଚ ମାସ ପୂର୍ବେ ଗୋଟିଏ କିଡନୀ ଦାନ କରିବା ପରେ ତାଙ୍କ ଶାଶୁ ଘରକୁ ଚାଲିଯାଇଥିଲେ ।
ତରନ୍ନୁମଙ୍କ ସ୍ବାମୀ ମହମ୍ମଦ ରସିଦ ସାଉଦି ଆରବରେ କାମ କରନ୍ତି । ତରନ୍ନୁମ କିଡନୀ ଦାନ କରିବା ଖବର ପାଇ ରାଗିଯାଇ ତାଙ୍କୁ ୪୦ ଲକ୍ଷ ଟଙ୍କା ମାଗିଥିଲେ । ସେ ମନା କରିବାରୁ ତାଙ୍କ ଅଗଷ୍ଟ ୩୦ ତାରିଖ ଦିନ ହ୍ବାଟ୍ସଅପ ଜରିଆରେ ତାଙ୍କ ସ୍ବାମୀ ତିନି ତଲାକର ମେସେଜ ଦେଇଥିଲେ । ଆଉ ବାପା ଘରେ ରହିବା ପାଇଁ କହିଥିଲେ ।
ସୂଚନାଯୋଗ୍ୟ, ୨୦୧୯ରୁ ଦେଶରେ ତିନ୍ ତଲାକ୍ ପ୍ରଥାକୁ ବେଆଇନ ଓ ଅସାମ୍ବିଧାନିକ ବୋଲି ଘୋଷଣା କରାଯାଇଛି। ମୁସଲମାନ ମହିଳା (ଅଧିକାର ଓ ବିବାହ ସୁରକ୍ଷା) ଆଇନ ଅନୁସାରେ, ତିନ୍ ତଲାକ୍କୁ ବେଆଇନ ପ୍ରଥା ବୋଲି କୁହାଯାଇଛି। ଏହାକୁ ଅମାନ୍ୟ କଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ ହୋଇପାରେ।
Powered by Froala Editor