ମନ୍ଦିରରେ ରିଲ୍ସ କରି ଫସିଲେ ମହିଳା କନେଷ୍ଟବଳ
ଡ୍ୟୁଟି ସମୟରେ ରିଲ୍ସ କରୁଥିଲେ ମହିଳା କନେଷ୍ଟବଳ । ଯାହାକି ଏବେ ତାଙ୍କୁ ଭାରି ପଡିଛି । ବିଶ୍ବ ଧରୋହର ମହାବୋଧି ମନ୍ଦିରର ସୁରକ୍ଷା ପାଇଁ ଅନେକ ମହିଳା କନଷ୍ଟେବଳଙ୍କୁ ନିୟୋଜିତ କରାଯାଇଛି। ତେବେ ଡିୟୁଟି ସମୟରେ ଫୋନ ଧରି ଦୁଇଜଣ ମହିଳା କନେଷ୍ଟବଳ ରିଲ୍ସ କରିଥିଲେ। ଏହି ରିଲ୍ସ ଡିସେମ୍ବର ୨ ତାରିଖରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିଲା। ପୋଷ୍ଟ ହେବାପରେ ଭିଡିଓ ଭାଇରାଲ ହୋଇଯାଇଥିଲା।
ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଦୁଇଜଣ ମହିଳା କନଷ୍ଟେବଳ ଗୀତର ତାଳେତାଳେ ନାଚିନାଚି ରିଲ୍ସ କରୁଛନ୍ତି। ଏହି ଘଟଣାକୁ ନେଇ ମହାବୋଧି ମନ୍ଦିରର ସୁରକ୍ଷା ଅଧିକାରୀ କହିଛନ୍ତି, 'ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଥିବା ଦୁଇଜଣ ମହିଳା କନଷ୍ଟେବଳ ମହାବୋଧି ମନ୍ଦିରରେ ନିୟୋଜିତ ନାହାନ୍ତି।' ସୁରକ୍ଷା ଦୃଷ୍ଟିକୋଣରୁ ମହାବୋଧି ମନ୍ଦିରକୁ ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ସାଧାରଣଲୋକଙ୍କୁ ମୋବାଇଲ ନେଇ ଯିବାର ଅନୁମତି ନାହିଁ।
ନିକଟରେ ଜଣେ ବୌଦ୍ଧ ଶ୍ରଦ୍ଧାଳୁ ମହାବୋଧି ମନ୍ଦିର ପରିସରରେ ଫେସବୁକ ଲାଇଭ କରିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଗୟା ଜିଲ୍ଲାପାଳ ଏସଏମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ତେଣୁ ଦୁଇ କନେଷ୍ଟବଳଙ୍କ ଭିଡିଓ କେଉଁ ଜାଗାର ବୋଲି ସ୍ପଷ୍ଟ ହୋଇନାହିଁ । ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।
Powered by Froala Editor