୧ କେଜି ୮୦ ଗ୍ରାମର ବ୍ରାଉନସୁଗର ଜବତ, ଜଣେ ଗିରଫ

ଭୁବନେଶ୍ବର: ନୂଆବର୍ଷ ଓ ବଡ଼ଦିନ ପୂର୍ବରୁ ନିଶା ମାଫିଆଙ୍କ ବିରୋଧରେ ଆକ୍ସନ। ସ୍ପେଶାଲ ଟାସ୍କଫୋର୍ସ ଜାଲରେ ବ୍ରାଉନସୁଗର ମାଫିଆ । କେନ୍ଦୁଝର ଯୋଡ଼ିଆଘାଟି ଅଞ୍ଚଳରୁ ଜବତ ହୋଇଛି ବିପୁଳ ପରିମାଣର ବ୍ରାଉନସୁଗର। ଚଢ଼ାଉ ବେଳେ ଜବତ ହୋଇଛି ୧ କେଜି ୮୦ ଗ୍ରାମର ବ୍ରାଉନସୁଗର । ଜବତ ବ୍ରାଉନସୁଗରର ମୂଲ୍ୟ ୧ କୋଟି ୧୦ ଲକ୍ଷ ଟଙ୍କା ବୋଲି ଅନୁମାନ କରାଯାଉଛି। ଏହି ଘଟଣାରେ ଜଣେ ନିଶା ମାଫିଆକୁ ଗରିଫ କରା ଯାଇଛି। ଅଭିଯୁକ୍ତର ନାଁ ରାଜେନ୍ଦ୍ର କୁମାର ମାଝୀ ।
ସୂଚନା ଅନୁଯାୟୀ, ୨୦୨୦ରୁ ନାର୍କୋଟିକ୍ସ ଡ୍ରଗ୍ସ ବିରୋଧରେ ଜାରି ରହିଛି ଅଭିଯାନ । ୨୦୨୦ରୁ ଆଜି ମଧ୍ୟରେ ୭୪ କେଜି ବ୍ରାଉନସୁଗର, ୨୦୨ ଗ୍ରାମ କୋକେନ, ୧୧୬ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି।
Powered by Froala Editor