ଦିଲ୍ଲୀ ଅବକାରୀ ନୀତି ମାମଲା : କେଜ୍ରିୱାଲଙ୍କୁ ପୁଣି ସମନ

ଦିଲ୍ଲୀ ଅବାକାରୀ ନୀତି ଦୁର୍ନୀତି ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ସମନ କରିଛି। ତାଙ୍କୁ ଗୁରୁବାର ଇଡି ମୁଖ୍ୟାଳୟରେ ହାଜର ହେବାକୁ ଇଡି କହିଛି। ଏହାପୂର୍ବରୁ ସମାନ ମାମଲାରେ ଇଡି କେଜ୍ରିୱାଲଙ୍କୁ ନଭେମ୍ବର ୨ରେ ହାଜର ହେବାକୁ ସମନ କରିଥିଲେ। କିନ୍ତୁ ସେ ହାଜର ହୋଇ ନଥିଲେ। ହାଜର ହେବା ପରିବର୍ତ୍ତେ ସେ ତାଙ୍କ ଦଳ ଆପ୍ ପାଇଁ ମଧ୍ୟପ୍ରଦେଶରେ ପ୍ରଚାର କରିଥିଲେ। ସେ ଏହାକୁ ଆଇନ ବିରୁଦ୍ଧ କହି ଏହାକୁ ଫେରାଇ ନେବାକୁ କହିଥିଲେ। ତାଙ୍କୁ ପୁଣି ସମନ କରାଯାଇଛି। କିନ୍ତୁ ଏହା ଉପରେ କେଜ୍ରିୱାଲଙ୍କ ପ୍ରତିକ୍ରିୟା ଏଯାଏ ମିଳିନାହିଁ।
ସୂଚନାଯୋଗ୍ୟ, ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏବଂ ଏଏପି ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂ ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ନ୍ୟାୟିକ ହେପାଜତରେ ଅଛନ୍ତି। ଅନ୍ୟ ଅଭିଯୁକ୍ତଙ୍କ ପଚରାଉଚରା ଆଧାରରେ ଇଡି କେଜରିୱାଲଙ୍କୁ ଜେରା କରିବାକୁ ଚାହୁଁଛି।
Powered by Froala Editor