ବର୍ଷାରେ ଉବୁଟୁବୁ ତାମିନଲାଡ଼ୁ, ସ୍କୁଲ ଛୁଟି

ଚେନ୍ନାଇ: ତାମିଲନାଡୁରେ ବର୍ଷାର ତାଣ୍ଡବ । ବର୍ଷାରେ ଉବୁଟୁବୁ ତାମିନଲାଡ଼ୁର ଦକ୍ଷିଣ ଜିଲ୍ଲା । ଜୁଆଡେ ଚାହିଁଲେ ଖାଲି ପାଣି ହିଁ ପାଣି । ବର୍ଷାରେ ଭାଙ୍ଗିଲା ଘର, ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ହେଲେ ଲୋକେ । ପାଲାୟାମକୋଟାଇରେ ୨୬ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ କନ୍ୟାକୁମାରୀ ୧୭ ମିମି ବର୍ଷା ରେକର୍ଡ କରାଯାଇଛି । ତାଲୁକ ସମେତ ୧୯ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳମାତ୍ରାରେ ବର୍ଷା ହୋଇଥିବା ବେଳେ ଏବେ ମଧ୍ୟ ଜାରି ରହିଛି । ଦକ୍ଷିଣ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ହେବା ଆକଳନ କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ଥୋଥୁକୁଡି, କନ୍ୟାକୁମାରୀ, ତିରୁନେଲଭେଲି, ଏବଂ ଟେନକାସୀ ଜିଲ୍ଲାର ଅନେକ ଅଞ୍ଚଳକି ବନ୍ଦେ ଭାରତ ସମେତ ଅନ୍ୟ ଟ୍ରେନ୍ ସେବା ବାତିଲ କରାଯାଇଛି।
ତିରୁନେଲଭେଲି ଜିଲ୍ଲାର ବର୍ଷ ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଲୋକ ମାନଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ଚୁଥଖୁଡ଼ି ଜିଲ୍ଲାର ତାଲୁକ ଶ୍ରୀଭାଇକୁନ୍ତମରେ ରବିବାର ଦିନ ୫୨୫ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଏହି ଅଞ୍ଚଳରେ ଆଜି ମଧ୍ୟ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ତିରୁଚେଣ୍ଡର, ସ୍ଥଙ୍କୁଲମ୍, କାୟାଥର୍, ଓଟାପ୍ରିଡାମରେପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏହି ସ୍ଥାନରେ ବର୍ଷରେ କୌଣସି ଘର ଭାଙ୍ଗିବାର ଖବର ଆସି ନାହିଁ । ଟୁଖଖୋଡ଼ିରେ ବର୍ଷା ଯୋଗୁଁ ବହୁ ପଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ତିରୁନେଲଭେଲିର ପାଲାୟାମକୋଟାଇରେ ରବିବାର ଅପରାହ୍ନ ପର୍ୟ୍ୟନ୍ତ ୨୬୦ ମିଲିମିଟର ବର୍ଷା ହୋଇଥିଲା । ବିରୁଧୁନଗର ଜିଲ୍ଲାର କିଛି ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଜି ଏହି ଜିଲ୍ଲାରେ ସ୍କୁଲ ଗୁଡିକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତିରୁନେଲଭେଲି, ଥିତୁକୁଡି, କନ୍ୟାକୁମାରୀ ଏବଂ ଟେନକାସୀ ଜିଲ୍ଲାରେ ସମସ୍ତ ସ୍କୁଲ, କଲେଜ, ବେସରକାରୀ ଅନୁଷ୍ଠାନ, ବ୍ୟାଙ୍କ ଗୁଡିକୁ ଛୁଟି ଘୋଷଣା କରାଯାଇଛି ।
ଆଜି କନ୍ୟାକୁମାରୀ, ତିରୁନେଲଭେଲି ଏବଂ ଥିତୁକୁଡିର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ପୁଡୁଚେରୀ ଏବଂ କରାଇକାଲର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ଏବଂ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ଯୋଗୁ ଅନେକ ନୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।
Powered by Froala Editor