ପୁଣି ଆଣବିକ କ୍ଷେପଣାସ୍ତ୍ର ପରୀକ୍ଷା କଲା ଉତ୍ତର କୋରିଆ

ପ୍ୟୋଙ୍ଗୟାଙ୍ଗ : ସୋମବାର ସକାଳେ ଉତ୍ତର କୋରିଆ ପୂର୍ବ ସାଗର ଆଡକୁ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଦକ୍ଷିଣ କୋରିଆର ଜୋନ୍ହାପ ନ୍ୟୁଜ ଏଜେନ୍ସି ଦକ୍ଷିଣ କୋରିଆ ସେନା ପକ୍ଷରୁ ଏହା ନିଶ୍ଚିତ କରିଛି। ସୂଚନାଯୋଗ୍ୟ ଉତ୍ତର କୋରିଆ ଏକ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷା କରିଥିବା ଜଣାପଡିଛି। ଉତ୍ତର କୋରିଆ ଦ୍ୱାରା ନିକ୍ଷେପ କରାଯାଉଥିବା ଏହି ମିସାଇଲ ଏକ ଆନ୍ତଃମହାଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର ବୋଲି କୁହାଯାଉଛି।
କଟକଣାକୁ ବେଖାତିର କରି ଏକ ଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ ପୁଣି ଆଣବିକ କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି। ଜାପାନର ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ଦ୍ୱାରା ଏହି ଘଟଣାରେ ଏକ ପୋଷ୍ଟ ମଧ୍ୟ କରାଯାଇଛି। ଏଥିରେ କୁହାଯାଇଛି ଉତ୍ତର କୋରିଆ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଉତକ୍ଷେପଣ କରିଛି। ଜାପାନର ଯୁଗ୍ମ ମୁଖ୍ୟ କହିଛନ୍ତି ଆମେ ଉତକ୍ଷେପଣକୁ ଚିହ୍ନଟ କରିଛି। ତଥାପି, ଅଧିକ ବିବରଣୀ ଦେବାକୁ ସେ ମନା କରିଦେଇଛନ୍ତି। ଉତ୍ତର କୋରିଆ ସ୍ଥାନୀୟ ସମୟ ରାତି ପ୍ରାୟ ୧୦ଟା ୩୮ ସମୟରେ ଏକ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା ଏବଂ ଏହା ୫୭୦ କିଲୋମିଟର ଦୂରତା ମଧ୍ୟ ଦେଇ ପୂର୍ବ ସାଗରରେ ପଡିଥିଲା। ଏନେଇ ଜାପାନ-ଦକ୍ଷିଣ କୋରିଆ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
Powered by Froala Editor