ଝାଡ଼ାବାନ୍ତି: ରାଉରକେଲାରେ ୬ ଜଣଙ୍କ ମୃତ୍ୟୁ
ରାଉରକେଲା: ରାଉରକେଲାରେ ଝାଡ଼ାବାନ୍ତି ବ୍ୟାପିବା ଯୋଗୁ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଛି । ୫୯୫ ଜଣ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ ୩୪୩ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେ ମଧ୍ୟରୁ ୧୪୫ ଜଣ ସୁସ୍ଥ ହୋଇ ଘରକୁ ଯାଇଛନ୍ତି । ରବିବାର ସନ୍ଧ୍ୟା ସୁଦ୍ଧା ୧୬୨ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେଥିମଧ୍ୟରୁ ୨୦ ଜଣ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି ।
ଗୋଟେ ସ୍ଥାନରୁ ନୁହେଁ ୧୨ ରୁ ୧୪ ଟି ୱାର୍ଡରୁ କେସ୍ ଆସୁଛି । ସେଥିପାଇଁ ୬ଟି ରାପିଡ଼ ରେସପନ୍ସ ଟିମ ନିୟୋଜିତ ହୋଇଛନ୍ତି । ସୁନ୍ଦରଗଡ଼ ମେଡ଼ିକାଲ କଲେଜରୁ ୪ ଜଣ ଫ୍ୟାକଲିଟି ନିୟୋଜିତ କରାଯାଇଛି । ସିଡ଼ିଏମଓଙ୍କ ତରଫରୁ ୪ ଜଣ ଜୁନିୟର ଡାକ୍ତର ନିୟୋଜିତ କରାଯାଇଛି । ୧୨ ଜଣ ଷ୍ଟାପ ନର୍ସ ଙ୍କୁ ସେଠାକୁ ପଠାଯାଇଛି । ଟେକ୍ନିସିଆନ ଦୁଇ ଜଣଙ୍କୁ ପଠାଯାଉଛି । ଆବଶ୍ୟକୀୟ ଔଷଧ ସରଞ୍ଜାମ ମହଜୁଦ ଅଛି । ଜିଲ୍ଲାପାଳ ସମୀକ୍ଷା ନେଇଛନ୍ତି । ପାଣି ପାଇଁ ଏମିତି ଝାଡା ବାନ୍ତି ବ୍ୟାପୀଛି । ଲୋକ ବି କିଛି ଦିନ ପାଣିକୁ ନେଇ ଅଭିଯୋଗ କରିଥିଲେ ।ଜଳବାହିତ ରୋଗ ବୋଲି ପ୍ରଥମିକ ପର୍ୟ୍ୟାୟରୁ ଜଣା ପଡୁଛି ।
Powered by Froala Editor