କଂଗ୍ରେସର କାର୍ୟ୍ୟକାରିଣୀ ବୈଠକ ୨୧ରେ

ନୂଆଦିଲ୍ଲୀ: ଡିସେମ୍ବର ୨୧ରେ ଅନୁଷ୍ଠିତ ହେବାକୁ ଯାଉଛି କଂଗ୍ରେସର କାର୍ୟ୍ୟକାରିଣୀ ବୈଠକ । ଏହି ବୈଠକରେ ୨୪ ସାଧାରଣ ନିର୍ବାଚନର ରଣନୀତି ବିଷୟରେ ଚର୍ଚ୍ଚା ହୋଇପାରେ ବୋଲି ସୁତ୍ରରୁ ଜଣାପଡ଼ିଛି । ଆଉମଧ୍ୟ ନିକଟ ନିର୍ବାଚନରେ ୫ରୁ ୪ ରାଜ୍ୟରେ ପରାଜୟର କାରଣ ବିଷୟରେ ବି ବୈଠକରେ ଆଲୋଚନା ହୋଇପାରେ । ତେବେ ୨୪ ନିର୍ବାଚନ ପୂର୍ବରୁ ଦଳକୁ ସୁଦୃଢ଼ କରିବା ସହ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦଳ ନୂଆ ଯୋଜନା ପ୍ରସ୍ତୁତ କରିପାରେ ।
ତେବେ ନୂଆଦିଲ୍ଲୀ ସ୍ଥିତ କଂଗ୍ରେସର ମୁଖ୍ୟ କାର୍ୟ୍ୟାଳୟରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଓ ଅନ୍ୟ ପ୍ରମୁଖ ନେତାମାନେ ଯୋଗ ଦେବାର ସମ୍ଭାବନା ରହିଛି । ଦଳକୁ ସଜାଡ଼ି ପୁଣି ଆଗାମୀ ନିର୍ବାଚନ ପାଇଁ ଅଣ୍ଟା ଭିଡିବାକୁ ଯାଉଛି କଂଗ୍ରେସ । ୨୧ଡିସେମ୍ବରରେ କାର୍ୟ୍ୟକାରିଣୀ ବୈଠକରେ ଆଗାମୀ ନିର୍ବାଚନ ରଣନୀତି ସହ ୪ ରାଜ୍ୟରେ ପରାଜୟକୁ ନେଇ ମଧ୍ୟ ଆଲୋଚନା ହୋଇପାରେ । ବିରୋଧୀଙ୍କୁ ସମାଲୋଚନା କରିବା ପାଇଁ ସ୍ବର ଶାଣିତ କରିବା ସହ ଲୋକମାନଙ୍କ ନିକଟତର ହେବାକୁ ଦଳ ପ୍ରସ୍ତୁତ କରିପାରେ ରଣନୀତି ।
ତେବେ ୨୦୨୪ ନିର୍ବାଚନ ପୂର୍ବରୁ ଏହି ବୈଠକ କଂଗ୍ରେସ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ଅଟେ । ଦେଶରେ ବେକାରୀ ସମସ୍ୟା ଓ ଦରବୃଦ୍ଧି ପ୍ରସଙ୍ଗକୁ ମୁଦ୍ଦା କରି ସରକାରଙ୍କ ବିଫଳତାର ପ୍ରଚାର କରି ନିଜର ଭୋଟ ବ୍ୟାଙ୍କକୁ ଦୃଢ କରିବା ପାଇଁ କଂଗ୍ରେସ ରଣନୀତି ପ୍ରସ୍ତୁତ କରିପାରେ ।
Powered by Froala Editor