ବସରେ ଯୁବତୀଙ୍କୁ ଗଣଦୁଷ୍କର୍ମ

ଉତ୍ତରପ୍ରଦେଶ: ଯୁବତୀଜଣକ ବସରେ ସମ୍ପର୍କୀୟଙ୍କ ଘରକୁ ଯାଉଥିବାବେଳେ ଗଣଦୁଷ୍କର୍ମର ଶୀକାର ହେଲେ । ଗଣଦୁଷ୍କର୍ମ କରିଥିବା ଅଭିଯୁକ୍ତ ହେଉଛନ୍ତି ବସ୍ର ଦୁଇ ଡ୍ରାଇଭର । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶରେ । ଘଟଣାଟି ଡିସେମ୍ବର ୯ ତାରିଖ ରାତିରେ ଘଟିଛି। ସନ୍ଧ୍ୟା ପ୍ରାୟ ୭.୩୦ରେ ସେ ତରୁଣୀଜଣକ ଜୟପୁରରେ ଥିବା ତାଙ୍କ ମାମୁଙ୍କ ପାଖକୁ ଯାଉଥିଲେ। ବସ୍ରେ ଆଉ ସିଟ୍ ନ ଥିବାରୁ ସେ ଡ୍ରାଇଭରଙ୍କ କ୍ୟାବିନରେ ବସିଥିଲେ। କ୍ୟାବିନ୍ ଭିତରପଟୁ ବନ୍ଧ ଥିଲା। ବାଟରେ କ୍ୟାବିନ୍ରେ ବସିଥିବା ଅନ୍ୟ ଯାତ୍ରୀମାନେ ଉଠିଯିବା ପରେ ତରୁଣୀଙ୍କ ସହିତ ୨ ଡ୍ରାଇଭର୍ ଗଣଦୁଷ୍କର୍ମ କରିଥିଲେ। କିଛି ସମୟ ପରେ ଚିତ୍କାର ଶୁଣି ସନ୍ଦେହ ହେବାରୁ କେତେଜଣ ଯାତ୍ରୀ କ୍ୟାବିନ୍ ଡୋର୍ ଖୋଲି ଉକ୍ତ ତରୁଣୀଙ୍କୁ ବିପର୍ୟ୍ୟସ୍ତ ଅବସ୍ଥାରେ ଦେଖିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ସେମାନେ ଡ୍ରାଇଭରଙ୍କୁ ମାଡ ମାରିଥିଲେ । ଜଣେ ଡ୍ରାଇଭର୍ କୌଣସିମତେ ବସ୍ରୁ ଖସି ପଳାଇଯାଇଥିବା ବେଳେ ଆଉ ଜଣଙ୍କୁ ଯାତ୍ରୀମାନେ କାବୁ କରି ପକାଇଥିଲେ।
ତା’ପରେ ଯାତ୍ରୀମାନେ ସେ ତରୁଣୀଙ୍କୁ ନେଇ ତୁରନ୍ତ ନିକଟସ୍ଥ ଥାନାକୁ ଗଲେ। ଅଭିଯୋଗ ଦାଏର କରିବା ଲାଗି ତାଙ୍କର ମାମୁଙ୍କୁ ଥାନାକୁ ଡକାଗଲା। ମହମଦ୍ ଆରିଫ୍ ନାମକ ସେ ଡ୍ରାଇଭର୍ଙ୍କୁ ଗିରଫ କରାଯାଇଛି। ଫେରାର୍ ହୋଇ ଯାଇଥିବା ଲଳିତ ନାମକ ସେ ଡ୍ରାଇଭର୍ଙ୍କୁ ଧରିବା ପାଇଁ ତଲାସ ଜାରି ରହିଛି।
Powered by Froala Editor