ଅଜଣା ଗାଡି ଧକ୍କାରେ ଦୁଇ ମୃତ
ଉଦଳା : ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଖୁଣ୍ଟା-ଶିଳଘାଟି ରାସ୍ତାରେ ଅଜଣା ଗାଡି ଧକ୍କାରେ ଦୁଇ ଜଣଙ୍କ ମୃତ୍ୟ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପି.କେ ଜୟପୁର ରାସ୍ତାର ଶିଳଘାଟି ଛକ ନିକଟରେ ସଂଧ୍ୟା ସମୟରେ ଖୁଣ୍ଟା ପଟୁ ଏକ ବାଇକ ଯୋଗେ ୩ ଜଣ ଯୁବକ ଶିଳଘାଟି ଗାଁର ଅଭିମୁଖେ ଯାଉଥିଲେ । ଏହି ସମୟରେ ଏକ ଅଜଣା ଗାଡି ଉକ୍ତ ବାଇକ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଗାଡିରେ ଥିବା ୩ ଜଣ ଯୁବକ ଗୁରୁତର ହୋଇ ରାସ୍ତା ଉପରେ ପଡିରହିଥିଲେ ।
ତେବେ ଦୁର୍ଘଟଣା ସଂପର୍କରେ ସ୍ଥାନୀୟ ଲୋକେ ତୁରନ୍ତ ଖୁଣ୍ଟା ଥାନା ଏବଂ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ । ଉଭୟ ଘଟଣାସ୍ଥଳରେ ପହଞ୍ଚି ୩ ଯୁବକଙ୍କୁ ଉଦ୍ଧାର କରି ଖୁଣ୍ଟା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଶିଳଘାଟି ଗାଁର ଛୋଟରାୟ ଏବଂ ତପନଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର । ବାକି ଅନ୍ୟ ଜଣେ ଯୁବକଙ୍କ ଚିକିତ୍ସା ଜାରି ରହିଛି । ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବାରିପଦା ସ୍ଥିତ ପିଆରଏମ୍ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଗୁରୁତର ଯୁବକଙ୍କ ପରିଚୟ ମିଳିନାହିଁ ।
Powered by Froala Editor