ଇକମୋ ପାଇଁ ଟେଣ୍ଡର ସରିଛି : ଡିଏମଇଟି
ଭୁବନେଶ୍ୱର: କରୋନା କାଳରେ ଓଡ଼ିଶାରେ ଇକମୋ ମେସିନ ନଥିବାରୁ ବହୁ ଗୁରୁତର ରୋଗୀଙ୍କୁ ଏୟାର ଲିଫ୍ଟିଂ କରାଯାଉଛି । ଯେଉଁଥି ପାଇଁ ରୋଗୀଙ୍କ ପରିବାରକୁ ୧ କୋଟି ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ୁଛି । ଯାହା ପାଖରେ ପଇସା ଅଛି କିମ୍ବା ଅନ୍ୟ କୌଣସି ଜରିଆରେ ଟଙ୍କା ଯୋଗାଡ଼ କରିପାରୁଛନ୍ତି ସେମାନେ ରୋଗୀଙ୍କୁ ଏୟାର ଆମ୍ବୁଲାନ୍ସରେ ନେଇ ଇକମୋ ଦ୍ୱାରା ଚିକିତ୍ସା କରାଉଛନ୍ତି । ତେବେ ବହୁ ଗରିବ ଏଥିରୁ ବଞ୍ଚିତ ହୋଇ ପ୍ରାଣ ହରାଉଛନ୍ତି । ତେବେ ଓଡ଼ିଶାକୁ ଏହି ମେସିନ ଆଣିବା ପାଇଁ ଟେଣ୍ଡର ପ୍ରକି୍ରିୟା ସରିଛି ବୋଲି ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଏହା ବ୍ୟୟ ବହୁଳ ଚିକିତ୍ସା । ପ୍ରଥମେ ୪ରୁ ୫ ଲକ୍ଷ ଟଙ୍କା ଦରକାର । ଚିକିତ୍ସା ଜାରି ରହିଲେ ଦିନକୁ ୧ ଲକ୍ଷରୁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ନିମୋନିଆ ହୋଇ ଭେଣ୍ଟିଲେଟର ଫେଲ ହେଲେ ଇକମୋ ଆବଶ୍ୟକ । ମେସିନ ଆଣି ଥୋଇଦେଲେ ହେବନି । ଏଥିପାଇଁ ମାନବ ସମ୍ବଳ ଦରକାର । ଏହି ମେସିନ ଆଣିବାକୁ ସରକାର ସବୁ ପ୍ରକାର ଚେଷ୍ଟା କରୁଛନ୍ତି । ଭାରତରେ ଏହି ମେସିନ ଉପôାଦନ ହେଉନି । ବିଦେଶରୁ ଆଣିବାକୁ ପ୍ରକ୍ରିୟା ଚାଲିଛି । ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି ବୋଲି ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।
Powered by Froala Editor