ହେରୋଇନ ସହ ପୂର୍ବତନ କନେଷ୍ଟବଳ ଗିରଫ, ୭ ଫୁଟ ୬ ଇଞ୍ଚ ଉଚ୍ଚତା ପାଇଁ ଚର୍ଚ୍ଚାରେ ଥିଲେ
ଆମେରିକାର ରିୟଲିଟି ଟେଲିଭିଜନ୍ ସୋ’ ‘ଗଟ୍ ଟାଲେଣ୍ଟ୍’ରେ ଭାଗ ନେଇ ଖ୍ୟାତି ଅର୍ଜନ କରିଥିବା ୭ ଫୁଟ୍ ୬ ଇଞ୍ଚ୍ ଡେଙ୍ଗା ପଞ୍ଜାବ ପୁଲିସର ଜଣେ ପୂର୍ବତନ କନେଷ୍ଟବଳଙ୍କୁ ‘ହେରୋଇନ୍’ ରଖିଥିବା ଅଭିଯୋଗରେ ଗିରଫ କରାଯାଇଛି।
ଜଗଦୀପ ସିଂହ ଓରଫ ଦୀପ ସିଂହଙ୍କୁ ରାଜ୍ୟ ପୁଲିସ୍ର ସ୍ୱତନ୍ତ୍ର ସେଲ ଗିରଫ କରିଛି। ତାଙ୍କର ଦୁଇ ସହଯୋଗୀ ମଧ୍ୟ ଧରା ପଡ଼ିଛନ୍ତି। ତାରନ ତରାନ ଜିଲ୍ଲାରୁ ଏମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ପୁଲସ ୫୦୦ ଗ୍ରାମର ହେରୋଇନ ଜବତ କରିଛି।
ଜଗଦୀପ ଏକଦା ପଞ୍ଜାବ ପୁଲିସ୍ରେ କାମ କରୁଥିଲେ। ଚାକିରି ଛାଡ଼ିବା ପରେ ମଧ୍ୟ ସେ ନିଜ ଗାଡ଼ିରେ ପଞ୍ଜାବ ପୁଲିସ୍ର ଷ୍ଟିକର ମାରି ବୁଲୁଥିଲେ। ଏହି ଗାଡ଼ିରେ ବୁଲି ସେ ନିଜର ଡ୍ରଗ୍ସ ବେପାର କରୁଥିଲେ। ଜଗଦୀପ ସିଂହଙ୍କୁ ଗତକାଲି ଅଦାଲତରେ ହାଜର କରାଯାଇଥିଲା। ଅଦାଲତ ତାଙ୍କୁ ୫ ଦିନ ପାଇଁ ପୁଲିସ ‘ରିମାଣ୍ଡ୍’ରେ ପଠାଇଛନ୍ତି। ପୁଲିସ ଏହି ‘ଡ୍ରଗ୍’ ଚୋରାଚାଲାଣ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ।
Powered by Froala Editor