ଖସୁଛି ପାରଦ, ଧୀରେଧୀରେ ବଢୁଛି ଶୀତ

ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରଦ, ଧୀରେଧୀରେ ବଢୁଛି ଶୀତ। ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ଲଗାତାର ତାପମାତ୍ରା କମିବାରେ ଲାଗିଛି। ୧୦ ଡିଗ୍ରୀ ଓ ୧୦ ଡିଗ୍ରୀ ତଳେ ୧୧ ସହରର ରାତ୍ରି ତାପାମାତ୍ରା ରହିଛି। । ସୁନ୍ଦରଗଡ଼ ଜିଲ୍ଲାର କିରେଇରେ ୮.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଏଥିସହ କିରେଇ ସବୁଠୁ ଥଣ୍ଡା ସହର ପାଲଟିଛି। ଜି. ଉଦୟଗିରି ୮.୪ ଡିଗ୍ରୀ, ଫୁଲବାରଣୀ ୮.୫ ଡିଗ୍ରୀ, କୋରାପୁଟ ୯.୫ ଡିଗ୍ରୀ, ଭଦ୍ରକର ରାଣୀତାଲ ୯.୫ ଡିଗ୍ରୀ, ରାଉରକେଲା ୯.୮ ଡିଗ୍ରୀ, ସମ୍ବଲପୁରର ଚିପିଲିମାରେ ୧୦ ଡିଗ୍ରୀ ରହିଥିବା ବେଳେ ଅନୁଗୁଳ, କେନ୍ଦୁଝର, ସୁନ୍ଦରଗଡ଼, ଦାରିଙ୍ଗିବାଡି ଆଦି ସ୍ଥାନରେ ରାତି ତାପମାତ୍ରା ମଧ୍ୟ ୧୦ ଡିଗ୍ରୀ ରହିଛି। ଝାରସୁଗଡ଼ାରେ ୧୦.୨ ଡିଗ୍ରୀ ରେକର୍ଡ କରାଯାଇଛି।
ସେହିପରି, ଟ୍ୱିନ ସିଟିରେ ୧୩ ଡ଼ିଗ୍ରୀ ଛୁଇଁଛି ପାରଦ । ଚଳିତ ସିଜିରେ ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ତାପମାତ୍ରା ୧୩ ଡ଼ିଗ୍ରୀ ଛୁଇଁଛି । ଭୁବନେଶ୍ୱରରେ ୧୩.୨ ଡ଼ିଗ୍ରୀ ଓ କଟକରେ ୧୩.୫ ଡ଼ିଗ୍ରୀ ସର୍ବନିମ୍ନ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି।
Powered by Froala Editor