ଅନିର୍ଦ୍ଦିଷ୍ଟ କାଳପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ, ଜାଣନ୍ତୁ କାହିଁକି?

କରଞ୍ଜିଆ: ରାସ୍ତା ନହେବା ପର୍ୟ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ । ପ୍ରଶାସନ ଓ ଶିମିଳିପାଳର ୩ ଗ୍ରାମ ପଞ୍ଚାୟତର ଅଧିବାସୀଙ୍କ ସହ ବସିଥିବା ବୈଠକରେ ବାହାରିଲାନି ସମାଧାନର ନିଷ୍କର୍ସ ।
ସୂଚନା ଥାଉକି, ବନ୍ଦ୍ ହୋଇ ପଡ଼ିଛି ଶିମିଳିପାଳ ଅଭୟାରଣ୍ୟ । ଆଜିକୁ ଶିମିଳିପାଳ ଅଭୟାରଣ୍ୟ ୨୧ ଦିନ ବନ୍ଦ୍ ହୋଇ ପଡ଼ିଥିଲେ ମଧ୍ୟ ଶିମିଳିପାଳ କର୍ତ୍ତୃପକ୍ଷ ନିଘୋଡ଼ ନିଦ୍ରାରେ । ଗତ ନଭେମ୍ବର ୨୫ ତାରିଖରୁ ଶିମିଳିପାଳ ବିକାଶ ପରିଷଦ ୫ ଦଫା ଦାବିରେ ଶିମିଳିପାଳ ଅଭୟାରଣ୍ୟର ମୂଖ୍ୟ ରାସ୍ତା ଗୁଡ଼ିକୁ ଅବରୋଧ କରିଥିଲା ।
ତେଣୁ ଗତ ଡିସେମ୍ବର ୧ ତାରିଖରେ ଶିମିଳିପାଳର ବରେହିପାଣି ଠାରେ ୩ ଟି ଗ୍ରାମ ପଞ୍ଚାୟତର ୫ ହଜାରରୁ ଉର୍ଦ୍ଧ ଲୋକଙ୍କୁ ନେଇ ବୁଝାମଣା ପାଇଁ ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏକ ବୈଠକ ବସିଥିଲା । ହେଲେ ସେହି ବୈଠକରେ ଶିମିଳିପାଳ କତୃପକ୍ଷ ଦେଇଥିବା ପ୍ରତିଶୃତି ପୂରଣ ନକରିବାରୁ ଲୋକେ ଉତ୍ତ୍ୟକ୍ତ ହୋଇ ପୁଣି ରାସ୍ତା ଅବରୋଧକୁ ନିୟମିତ ରଖିଥିଲେ ।
ତେଣୁ ଆଜି ଯଶୀପୁର ବ୍ଳକ୍ ସଭା ଗୃହରେ ପ୍ରଶାସନ ଓ ଶିମିଳିପାଳ ଅଧିବାସୀଙ୍କ ମଧ୍ୟରେ ଏକ ବୈଠକ ବସିଥିଲା,ହେଲେ ଲୋକେ ତାଙ୍କ ଜିଦ୍ ରେ ଅଟଳ ରହି ଦେଇଥିବା ପ୍ରତିଶୃତି ପୂରଣ ନହେବା ପର୍ୟ୍ୟନ୍ତ ରାସ୍ତା ଅବରୋଧ ହଟିବନି ବୋଲି ଚେତାବନୀ ଦେଇଥିଲେ।
Powered by Froala Editor