ନୀଳକୁମ୍ପା ଜଙ୍ଗଲରେ ଚାଲିଛି ସର୍ଚ୍ଚ ଅପରେସନ
ବୌଦ୍ଧ: ବୌଦ୍ଧ ଜିଲ୍ଲା ନୀଳକୁମ୍ପା ଜଙ୍ଗଲରେ ଏବେବି ଜାରି ରହିଛି ଅପରେସନ । ଏସ୍ଓଜି ଯବାନ ଓ ସ୍ଥାନୀୟ ପୋଲିସ ପକ୍ଷରୁ ନୀଳକୁମ୍ପା ଜଙ୍ଗଲରେ ଚାଲିଛି ସର୍ଚ୍ଚ ଅପରେସନ ।
ଗତ ୧୩ ତାରିଖ ଦିନ ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବାର ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ପୋଲିସ ଏବଂ ଏସ୍ଓଜି ଯବାନ ମିଳିତ ଭାବେ ଆରମ୍ଭ କରିଥିଲେ କୁମ୍ବିଂ ଅପରେସନ । ଜଙ୍ଗଲରେ ଦୀର୍ଘ ସମୟ ଧରି ମାଓବାଦୀ-ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲେ । ଯାହାଫଳରେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ପ୍ରାୟ ୩୦ ରୁ ୩୫ ମାଓବାଦୀ ଛତ୍ରଭଙ୍ଗ ଦେବାର ସଫଳ ହୋଇଥିଲେ । ଏହାପରେ ପୋଲିସ ଉକ୍ତ ଜଙ୍ଗଲରେ ସର୍ଚ୍ଚ ଅପରେସନକୁ କରିଥିଲା ଜୋରଦାର । ଶେଷରେ ଶୁକ୍ରବାର ଦିନ ଯବାନଙ୍କୁ ବିପୁଳ ପରିମାଣର ମାଓ ସାମଗ୍ରୀ ମିଳିଥିଲା । ଯେଉଁଥିରେ ବିସ୍ଫୋରକ, ବୋମା ଆଦି ରହିଥିଲା ।ସେହିପରି ନୀଳକୁମ୍ପା ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି । ଛତ୍ରଭଙ୍ଗ ଦେଇଥିବା ମାଓବାଦୀମାନଙ୍କୁ ଆତ୍ମସମର୍ପଣ କରିବାକୁ ବାରମ୍ବାର ଆହ୍ୱାନ ଦେଉଛି ପୋଲିସ ।
Powered by Froala Editor