ପୁରୀରେ ଏସି ସେଡ୍ ପାଥ୍ ୱେ ନିର୍ମାଣ କାର୍ୟ୍ୟର ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ
ପୁରୀ: ପୁରୀରେ ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ । ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ସକାଳୁ ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି । ଏଥିସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ୟ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ଭକ୍ତଙ୍କ ପାଇଁ ନିର୍ମାଣ ଚାଲିଥିବା ଏସି ସେଡ୍ ପାଥ୍ ୱେ ନିର୍ମାଣ କାର୍ୟ୍ୟର ସମୀକ୍ଷା କରିଛନ୍ତି ।
୫-ଟିଙ୍କ ସମୀକ୍ଷା ସମୟରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି ଡଃ କନୱର ବିଶାଳ ସିଂ, ଟାଟା ଓ ଓବିସିସି ଅଧିକାରୀ ମାନେ ଉପସ୍ଥିତ ଥିଲେ । କହିବାକୁ ଗଲେ ପ୍ରତି ଶନିବାର ଜଗନ୍ନାଥଙ୍କ ଦର୍ଶନ କରିବାକୁ ପୁରୀ ଗସ୍ତରେ ଯାଉଛନ୍ତି ଭି.କାର୍ତ୍ତିକେୟ ପାଣ୍ଡିଆନ୍ । ଏହି ପରିପ୍ରେ୍କ୍ଷୀରେ ସେ ଶନିବାର ଧନୁସଂକ୍ରାନ୍ତି ଥିବାରୁ ସେ ପୁରୀ ଗସ୍ତ କରିଥିଲେ ।
Powered by Froala Editor