ଅସ୍ତବ୍ୟସ୍ତ କଲାଣି ଡିଜେଲ ଦର
ଭୁବନେଶ୍ୱର: କରୋନା କାଳରେ ତୈଳ ଦର ବୃଦ୍ଧି ଲୋକଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ରାଜ୍ୟରେ ଅସ୍ତବ୍ୟସ୍ତ କଲାଣି ତେଲ ଦର । ଏପରି ଦର ବୃଦ୍ଧି ଖାଉଟିଙ୍କୁ ପୁରା ଘାଇଲା କରିଛି । ଏହାରି ଭିତରେ ମାଲକାନଗିରି କାଲିମେଳାରେ ୧୦୦ ଟପିଲା ଡିଜେଲ ଦର । ଏହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ପୂର୍ବରୁ କେବେ ହେଲେ ଡିଜେଲ ଦର ଶହେ ଟଙ୍କା ଅତିକ୍ରମ କରିନଥିଲା ।
ବର୍ତମାନ ଡିଜେଲର ଏପରି ଦର ବୃଦ୍ଧି ସର୍ବକାଳୀନ ସର୍ବାଧିକ ବୋଲି କୁହାଯାଉଛି । ପେଟ୍ରୋଲ ଦର ଶହେ ନିକଟରେ ଥିବା ବେଳେ ଡିଜେଲ ଦର ଏପରି ବୃଦ୍ଧି ହେବା ଖାଉଟିଙ୍କ ପକେଟ ଉପରେ ମାଡ କରିଛି । ଏହାର ପ୍ରଭାବ ସିଧାସଳଖ ଖାଉଟିଙ୍କ ଉପରେ ପଡିବ ।
Powered by Froala Editor