ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ

ବିଷ୍ଣୁଦେଓ ସାଏ ହେବେ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ। ରାୟପୁରରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଉପସ୍ଥିତିରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ତାଙ୍କ ନାଁରେ ଉପରେ ବାଜିଛି ମୋହର। ତାଙ୍କୁ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଛି।
୫୯ ବର୍ଷୀୟ ବିଷ୍ଣୁଦେଓ ସାଏ ଜଣେ ଆଦିବାସୀ ନେତା। ଏଥର ସେ କୁଙ୍କୁରୀ ସଂରକ୍ଷିତ ଆସନରୁ ବିଜୟୀ ହୋଇଛନ୍ତି। ତାଙ୍କୁ ୮୭,୬୦୪ ଖଣ୍ଡ ଭୋଟ୍ ମିଳିଥିଲା। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ୟୁଡି ମିଞ୍ଜଙ୍କୁ ୨୫, ୫୪୧ ଖଣ୍ଡ ଭୋଟ୍ରେ ହରାଇଥିଲେ। ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ବିଷ୍ଣୁ ଦେଓ ପ୍ରଥମ ସରପଞ୍ଚ ଭାବେ ଦାୟିତ୍ବ ନେଇ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ହେଲେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।
ତେବେ ତାଙ୍କର ଏହି ଯାତ୍ରା କିଭଳି ଥିଲା, ଆସନ୍ତୁ ଜାଣିବା…
ପ୍ରଥମେ ସାଏ ସରପଞ୍ଚ ଭାବେ ରାଜନୀତିରେ ପାଦ ଦେବା ପରେ ୧୯୯୦ରୁ ୧୯୯୮ପର୍ଯ୍ୟନ୍ତ ସେ ମଧ୍ୟପ୍ରଦେଶ ବିଧାନସଭାର ସଦସ୍ୟ ଥିଲେ। ୧୯୯୯ ଲୋକସଭା ନିର୍ବାଚନରେ ସେ ରାୟଗଡ ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହେବା ପରେ ସାଂସଦ ଭାବେ ତାଙ୍କର ଦାୟିତ୍ବ ମିଳିଥିଲା। ଏହା ପରେ ୨୦୦୬ ମସିହାରେ ଛତିଶଗଡ଼ରେ ଦଳର ରାଜ୍ୟ ସଭାପତି କରାଯାଇଥିଲା। ସାଏ କେନ୍ଦ୍ରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି। ଏତେ ବର୍ଷ ସକ୍ରିୟ ରହିବା ପରେ ଆଜି ତାଙ୍କୁ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ମିଳିଛି।
Powered by Froala Editor