ଛତିଶଗଡର ବାଚସ୍ପତି ରମଣ ସିଂ, ଅରୁଣ ସାଓ ଏବଂ ବିଜୟ ଶର୍ମା ଉପମୁଖ୍ୟମନ୍ତ୍ରୀ
ଛତିଶଗଡରେ ମୁଖ୍ୟମନ୍ତ୍ରୀ ନାମ ଘୋଷଣା ସହିତ ଉପମୁଖ୍ୟମନ୍ତ୍ରୀଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। ରାଜ୍ୟରେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ରହିବେ। ବିଷ୍ଣୁ ଦେଓ ସାଏଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିବା ପରେ ଏବେ ଅରୁଣ ସାଓ ଓ ବିଜୟ ଶର୍ମାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି। ଏହା ସହ ୨୦୦୩ରୁ ୧୦୧୮ ପର୍ଯ୍ୟନ୍ତ ୩ଥର ମୁଖ୍ୟମନ୍ତ୍ରୀ ହୋଇ ରାଜ୍ୟ ଭାର ସମ୍ଭାଳିଥିବା ରମଣ ସିଂହଙ୍କୁ ବିଧାନସଭା ବାଚସ୍ପତି କରାଯିବ।
ତେବେ ଛତିଶଗଡ଼ରେ ବିଜେପି ବହୁମତ ହାସଲ କରିବା ପରେ ଦଳ କାହା ହାତରେ ରାଜ୍ୟର ଦାୟିତ୍ବ ଦେବ, ସେନେଇ ଚର୍ଚ୍ଚା ଲାଗି ରହିଥିଲା। ହେଲେ ସବୁ ଚର୍ଚ୍ଚାର ଅନ୍ତ ଘଟିଛି। ବିଷ୍ଣୁ ଦେଓ ସାଏଙ୍କ ହାତରେ ରାଜ୍ୟଭାର ଦେଇଛି ବିଜେପି।
ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ବିଜେପି ଜଣେ ଆଦିବାସୀ ନେତା ଚୟନ କରିବା ସହ ଓବିସି ଭୋଟ୍ ବ୍ୟାଙ୍କ ପାଇଁ ଦୁଇଜଣ ଉପ ମୁଖ୍ୟମନ୍ତ୍ରୀ ଚୟନ କରିବାବେଳେ ଏହାକୁ ଦୃଷ୍ଟିରେ ରଖିଛନ୍ତି। ଅରୁଣ ସାଓ ଓବିସି ସମ୍ପ୍ରଦାୟରୁ ଆସିଛନ୍ତି। ବିଜୟ ଶର୍ମା କବୀରହମ୍ ଜିଲ୍ଲାର କରଭଡା ଠାରୁ ବିଜେପି ବିଧାୟକ। ସେ ୩୯,୫୯୨ ଭୋଟ ବ୍ୟବଧାନରେ ମନ୍ତ୍ରୀ ମହମ୍ମଦ ଆକବରଙ୍କୁ ପରାସ୍ତ କରିଛନ୍ତି। ବିଜୟ ଶର୍ମା ଛତିଶଗଡ ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ଏବଂ ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ ସଭାପତି ରହିଆସିଛନ୍ତି।
ସେହିଭଳି ଅରୁଣ ସାଓ ମୁଙ୍ଗେଲି ଜିଲ୍ଲାର ଲର୍ମି ଆସନରୁ କଂଗ୍ରେସ ପ୍ରାର୍ଥୀ ଥାନେଶ୍ୱର ସାହୁଙ୍କୁ ୪୫୮୯୧ ଭୋଟରେ ପରାସ୍ତ କରିଛନ୍ତି। ସେ ବର୍ତ୍ତମାନ ବିଜେପିର ରାଜ୍ୟ ସଭାପତି ଅଛନ୍ତି। ଗତ ବର୍ଷ ନିଜେ, ଅଗଷ୍ଟ ମାସରେ ତାଙ୍କୁ ବିଷ୍ଣୁ ଦେବ ସାଏଙ୍କ ସ୍ଥାନରେ ରାଜ୍ୟ ସଭାପତି ଦାୟିତ୍ୱ ଦିଆଯାଇଥିଲା। ସେ ବିଳାସପୁର ଲୋକସଭା ଆସନରୁ ସଂସଦ ଥିଲେ। ବିଧାୟକ ଭାବେ ନିର୍ବାଚିତ ହେବା ପରେ କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ସାଂସଦ ପଦରୁ ଇସ୍ତଫା ଦେବାକୁ କହିଥିଲେ। ଛତିଶଗଡର ଭାଜପା ସରକାରରେ ତିନିଥର ମୁଖ୍ୟମନ୍ତ୍ରୀ ଥିବା ରମଣ ସିଂଙ୍କୁ ବିଜେପି ଦ୍ୱାରା ବିଧାନସଭା ବାଚସ୍ପତି ପଦ ପାଇଁ ନିର୍ବାଚିତ କରାଯାଇଛି।
Powered by Froala Editor