କନଷ୍ଟେବଲଙ୍କ ପୁଅକୁ ଛୁରୀ ଭୁଷି ମାରିଦେଲେ
ଜଣେ ୨୦ ବର୍ଷୀୟ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ବିହାରରେ ଏହି ହତ୍ୟାକାଣ୍ଡ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ବାରାଣସୀରେ ରହି ପାଠପଢ଼ୁଥିବା ରାହୁଲ କୁମାର ଛଟ ପୂଜା ପାଇଁ ନିଜ ଘର ବିହାର ଆସିଥିଲେ। ଘଟଣା ଦିନ ଜଣେ କେହି ଜଣେ ରାହୁଲ କୁମାରଙ୍କୁ ଫୋନ କରି କେଏଲଏସ କଲେଜ ନିକଟକୁ ଡାକିଥିଲା। ସେ କଲେଜ ନିତକଟରେ ପହଞ୍ଚିବା ପରେ ତାଙ୍କୁ ହତ୍ୟା କରାଯାଇଛି। ଅଭିଯୁକ୍ତ ପ୍ରଥମେ ରାହୁଲଙ୍କ ଆଖିକୁ ଲକ୍ଷ୍ୟ କରି ଲଙ୍କା ଗୁଣ୍ଡ ମାଡ଼ କରିଥିଲା। ସେ ତଳେ ପଡ଼ି ଯିବାରୁ ତାଙ୍କୁ ବାରମ୍ବାର ଛୁରୀ ଭୁଷି ହତ୍ୟା କରିଛି। ତେବେ କ’ଣ ପାଇଁ ରାହୁଲଙ୍କୁ ହତ୍ୟା କରାଗଲା, ସେକଥା ଏଯାଏ ଜଣାପଡ଼ିନି।
ରାହୁଲଙ୍କ ବାପା ହେଉଛନ୍ତି ବାସୁଦେବ ପ୍ରସାଦ। ମା’ ଜଣେ କନଷ୍ଟେବଲ। ସେ ମୁଙ୍ଗେର ଜେଲରେ କାମ କରନ୍ତି। ତେବେ ରାହୁଲଙ୍କ କ୍ଷତାକ୍ତ ମୃତଦେହ କଲେଜ ନିକଟରେ ପଡ଼ିଥିବା ଦେଖି ଜଣେ ବ୍ୟକ୍ତି ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ଯୁବକଙ୍କ ମୃତ୍ୟୁ ହୋଇ ସାରିଥିଲା। ମୃତଦେହ ନିକଟରେ ପଡ଼ିଥିବା ମୋବାଇଲ ଫୋନରୁ ଯୁବକଙ୍କ ପରିଚୟ ମିଳିଥିଲା। ଏବେ ଅଭିଯୁକ୍ତକୁ ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି।
Powered by Froala Editor