୬ ସ୍ପେଶାଲ ଟ୍ରେନ୍ ବାତିଲ ହେବ, କେଉଁ କେଉଁ ଦିନ ଜାଣନ୍ତୁ...
ଭୁବନେଶ୍ୱର-ନୂଆଦିଲ୍ଲୀ ମଧ୍ୟରେ ଚାଲୁଥିବା ୬ଟି ସ୍ପେଶାଲ ଟ୍ରେନ୍ ବାତିଲ ହେବ । ଅଲଗା ଅଲଗା ତାରିଖରେ ଏହି ସ୍ପେଶାଲ ଟ୍ରେନ୍ ବାତିଲ ହେବ ବୋଲି ପୂର୍ବ କେନ୍ଦ୍ରୀୟ ରେଳବାଇ ନିଷ୍ପତ୍ତି ନେଇଛି । ଏନେଇ ସିପିଆର୍ଓ ରାଜେଶ କୁମାର ସୂଚନା ଦେଇଛନ୍ତି । ଉତ୍ତର ରେଲୱେର ସରହିନ୍ଦ ଷ୍ଟେସନରେ ଇଷ୍ଟର୍ଣ୍ଣ ଡେଜିକେଟେଡ୍ କରିଡର୍ ପାଇଁ ନନ୍-ଇଣ୍ଟରଲକ୍ କାର୍ଯ୍ୟ ଜାରି ରହିଛି । ଯେଉଁଥିପାଇଁ ଅନେକ ଟ୍ରେନ୍ ବାତିଲ୍ କରାଯାଉଛି । ଆଉ କିଛି ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଥିବା ଜଣାପଡ଼ିଛି । ତେବେ ବାତିଲ ହୋଇଥିବା ସ୍ପେଶାଲ ଟ୍ରେନ୍ ବାବଦରେ ଜାଣନ୍ତୁ...
୧) ଟ୍ରେନ୍ ନମ୍ବର 02823 ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ପେଶାଲ୍ ଟ୍ରେନ୍ ୧୧, ୧୪, ୧୭ ଓ ୧୮ ଜୁନରେ ବାତିଲ୍ ରହେବ ।
୨) 02824 ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ପେଶାଲ୍ ଟ୍ରେନ୍ ୧୨, ୧୫, ୧୭ ଓ ୧୯ ଜୁନରେ ବାତିଲ୍ ହେବ ।
୩) 02825 ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ପେଶାଲ୍ ଟ୍ରେନ୍ ୧୬ ଜୁନରେ ବାତିଲ୍ ହେବ ।
୪) 02825 ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ପେଶାଲ୍ ଟ୍ରେନ୍ ୧୮ ଜୁନରେ ବାତିଲ୍ ହେବ ।
୫) 02855 ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ପେଶାଲ୍ ଟ୍ରେନ୍ ୧୨ ଓ ୧୯ ଜୁନରେ ବାତିଲ୍ ହେବ ।
୬) 02856 ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ପେଶାଲ୍ ଟ୍ରେନ୍ ୧୩ ଓ ୨୦ ଜୁନରେ ବାତିଲ୍ ହେବ ।
Powered by Froala Editor