ଦିଲ୍ଲୀରେ ପ୍ରବଳ ବର୍ଷା, ବିମାନ ଚଳାଚଳ ବାଧାପ୍ରାପ୍ତ

ଦିଲ୍ଲୀରେ ପ୍ରବଳ ବର୍ଷା ଓ ବଜ୍ରପାତ ଯୋଗୁ ଜନଜୀବନ ବାଧାପ୍ରାପ୍ତ ହୋଇଛି । ପ୍ରତିକୂଳ ପାଗ ଏବଂ ଦିଲ୍ଲୀ ବିମାନବନ୍ଦରରେ ବିମାନ ଟ୍ରାଫିକ୍ ସମସ୍ୟା ଯୋଗୁଁ ବିମାନ ଚଳାଚଳ ଘୋର ବାଧାପ୍ରାପ୍ତ ହୋଇଛି। ଏହାଫଳରେ ଭିସ୍ତାରା, ସ୍ପାଇସଜେଟ୍ ଓ ଇଣ୍ଡିଗୋର ବିମାନଗୁଡ଼ିକ ଗନ୍ତବ୍ୟକୁ ଯାତ୍ରା କରିପାରି ନାହାନ୍ତି। ଦିଲ୍ଲୀକୁ ଆସୁଥିବା ଏବଂ ଦିଲ୍ଲୀରୁ ବାହାରୁଥିବା ବିମାନଗୁଡ଼ିକ ପ୍ରଭାବିତ ହେଉଥିବା ଅଧିକାଂଶ ବିମାନ ପରିବହନ ସଂସ୍ଥା ଜଣାଇଛନ୍ତି।
ସେହିପରି କୋଲକାତାରୁ ଦିଲ୍ଲୀ ଆସୁଥିବା ଅନ୍ୟ ଏକ ଭିସ୍ତାରା ବିମାନକୁ ଲକ୍ଷ୍ମୌ ଅଭିମୁଖେ ପରିବର୍ତ୍ତିତ କରାଯାଇଛି। ବର୍ଷା ଯୋଗୁ ଦିଲ୍ଲୀ ଓ ମୁମ୍ବାଇରୁ ଆସିବା ଓ ଯିବାକୁ ଥିବା ବିମାନ ସେବା ବାଧାପ୍ରାପ୍ତ ହୋଇଛି ।
ତେବେ ପ୍ରବଳ ବର୍ଷା ଯୋଗୁ ଦିଲ୍ଲୀରେ ପ୍ରଦୂଷଣ ହ୍ରାସ ହେବା ଆଶା କରାଯାଉଛି । ବିଳମ୍ବିତ ରାତିରେ ଦିଲ୍ଲୀ-ଏନସିଆରରେ ପାଗ ବଦଳିଥିଲା ଏବଂ ଅନେକ ସ୍ଥାନରେ ବର୍ଷା ହୋଇଥିଲା । ଏହାପୂର୍ବରୁ, ପବନ ଏବଂ ମେଘୁଆ ଆକାଶ ନଥିବାରୁ ବାୟୁ ଗୁଣବତ୍ତା ଗୁରୁତର ବର୍ଗର ନିକଟତର ହୋଇଥିଲା । ବର୍ଷା ଯୋଗୁଁ ଲୋକମାନେ ପ୍ରଦୂଷଣରୁ ମଧ୍ୟ ଆରାମ ପାଇଛନ୍ତି ।
Powered by Froala Editor