ଗୁଜରାଟରେ ଅଦିନିଆ ମେଘ ଘଡଘଡି : ବଜ୍ରାଘାତରେ ୨୦ ଜଣଙ୍କ ମୃତ୍ୟୁ

ଗୁଜରାଟରେ ଅଦିନିଆ ମେଘ ଘଡଘଡିରେ ଗୋଟିଏ ଦିନରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏନେଇ ଶୋକବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।
‘ଷ୍ଟେଟ୍ ଇମର୍ଜେନ୍ସି ଅପରେସନ୍ ସେଣ୍ଟର୍’ (ଏସ୍ଇଓସି) କହିଛି, ଗୁଜରାଟର ବିଭିନ୍ନ ରାଜ୍ୟରୁ ସମୁଦାୟ ୨୦ଟି ବର୍ଷାଜନିତ ମୃତ୍ୟୁ ରିପୋର୍ଟ କରାଯାଇଛି। ରବିବାର ଦିନ ରାଜ୍ୟରେ ଅଦିନିଆ ମେଘ ପ୍ରବଳ ପରିମାଣରେ ବର୍ଷିବା ବେଳେ ବିଜୁଳି ଓ ଘଡ଼ଘଡ଼ି ଯୋଗୁଁ ଏହି ଲୋକମାନଙ୍କର ମୃତ୍ୟୁ ଘଟିଛି। ଦାହୋଦ୍ରେ ୪ଜଣ, ଭରୁଚରେ ୩ଜଣ, ତାପିରେ ୨ଜଣ ଏବଂ ଅହମଦାବାଦ, ଆମ୍ରେଲି, ବନସ୍କଣ୍ଠ, ବୋତାଡ଼, ଖେଦା, ମେହସନା, ପଞ୍ଚମହଲ, ସବରକଣ୍ଠ, ସୁରତ, ସୁରେନ୍ଦ୍ରନଗର ଓ ଦେବଭୂମି ଦ୍ବାରକାରେ ଜଣେ ଲେଖାଏଁ ଲୋକ ମରିଛନ୍ତି।
ଏକ୍ସ ପୋଷ୍ଟରେ ଶାହ କହିଛନ୍ତି, "ଗୁଜରାଟର ବିଭିନ୍ନ ସହରରେ ଖରାପ ପାଗ ଏବଂ ବଜ୍ରପାତ ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ଏହି ଦୁଃଖଦ ଘଟଣାରେ ପ୍ରିୟଜନଙ୍କୁ ହରାଇଥିବା ପରିବାରକୁ ଗଭୀର ସମବେଦନା ଜଣାଉଛି। ସ୍ଥାନୀୟ ପ୍ରଶାସନ ରିଲିଫ କାର୍ଯ୍ୟରେ ନିୟୋଜିତ ଥିବା କହିଛନ୍ତି ଶାହ।
Powered by Froala Editor