ଝଗଡା କରି ସ୍ୱାମୀ କାନ ଛିଣ୍ଡାଇଦେଲା ସ୍ତ୍ରୀ

ଦିଲ୍ଲୀର ସୁଲତାନପୁରୀ ଅଞ୍ଚଳରେ ଝଗଡ଼ା ବେଳେ ଉତ୍କ୍ଷିପ୍ତ ହୋଇ ଜଣେ ମହିଳା ତାଙ୍କ ସ୍ବାମୀଙ୍କ କାନକୁ କାମୁଡ଼ି ଉଡ଼ାଇ ଦେଇଛି। ଏହାପରେ ପୀଡିତ ସ୍ୱାମୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୁଲିସ ଉକ୍ତ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିଛି।
ଅଭିଯୋଗ ମୁତାବକ, ନଭେମ୍ବର ୨୦ ତାରିଖ ରାତିରେ ୪୫ ବର୍ଷୀୟ ସ୍ୱାମୀ ଆବର୍ଜନା ଫିଙ୍ଗିବା ପାଇଁ ବାହାରକୁ ଯାଇଥିଲେ। ସ୍ତ୍ରୀଙ୍କୁ ଘରର ସଫାସୁତୁରା କରିବା ପାଇଁ କହିଥିଲେ। ତେବେ ସ୍ୱାମୀ ଘରକୁ ଫେରିବା ପରେ ଅଯଥା କଥାରେ ଝଗଡ଼ା ଆରମ୍ଭ କରି ଦେଇଥିଲେ ସ୍ତ୍ରୀ।
କେବଳ ସେତିକି ନୁହେଁ ଘର ବିକ୍ରି କରି ଭାଗ ଟଙ୍କା ଦିଅ। ମୁଁ ପିଲା ଛୁଆଙ୍କୁ ନେଇ ଅଲଗା ରହିବି ବୋଲି ମଧ୍ୟ କହିଥିଲେ ସ୍ତ୍ରୀ। ଏହାଶୁଣି ସ୍ୱାମୀ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ କିଛି ବୁଝି ନଥିଲେ। ଏହାପରେ ସ୍ୱାମୀଙ୍କ ଉପରକୁ ଆକ୍ରମଣ କରିଥିଲେ ସ୍ତ୍ରୀ।
ସ୍ୱାମୀ ଘରୁ ବାହାରକୁ ଚାଲିଯାଉଥିବା ବେଳେ ସେ ପଛଆଡୁ ଧରି ପକାଇ ଡାହାଣ କାନକୁ ଜୋର୍ରେ କାମୁଡ଼ି ପକାଇଲେ। ପୁଲିସ ଆଗରେ ପୀଡିତ ସ୍ୱାମୀ ଅଭିଯୋଗ କରିଛନ୍ତି। ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ତାଙ୍କ ପୁଅ ମଙ୍ଗୋଲପୁରୀସ୍ଥିତ ସଞ୍ଜୟ ଗାନ୍ଧୀ ହସ୍ପିଟାଲ୍କୁ ନେଇଥିଲେ। ସେଠାରେ ତାଙ୍କର କାନର ଅସ୍ତ୍ରୋପଚାର କରାଯାଇଥିବା ସେ କହିଛନ୍ତି।
Powered by Froala Editor