ଚଉଠିରେ ବରକୁ ପିଟି ଦରମରା କଲା କନ୍ୟା

ବର କନ୍ୟାଙ୍କ ବିବାହ ସରିଲା । ରୀତି ନୀତି ପାଇଁ ବନ୍ଧୁବାନ୍ଧବ ଘରେ ଭର୍ତ୍ତି ହୋଇଥିଲେ । ଚତୁର୍ଥୀ କର୍ମ ବି ସରିଲା । ହେଲେ ଚତୁର୍ଥୀ ରାତିରେ ବରର ଚିତ୍କାରରେ ଘର ଫାଟିଲା । ଘଟଣା ଜାଣିଲା ବେଳକୁ ବର ଦରମରା ହୋଇଯାଇଥିଲା । କଥା ଏମିତି କି...
ରୁର୍କୀ ଗଙ୍ଗନହାର ଥାନା କ୍ଷେତ୍ରରେ ଆସୁଥିବା ମାଧୋପୁର ଅଞ୍ଚଳର ଜଣେ ଯୁବକ ନଭେମ୍ବର ୨୨ରେ ଖେମପୁର ଥିଥୋଲା ଥାନାକ୍ଷେତ୍ର ମଙ୍ଗଲୌର ନିବାସୀ ଯୁବତୀଙ୍କ ସହ ବିବାହ ହୋଇଥିଲା । ଚଉଠି ରାତିରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଯାଇଥିଲା ।
ଚଉଠିରେ ପତ୍ନୀ ପତିଙ୍କୁ ଜୋରଦାର ପିଟିବାରେ ଲାଗିଥିଲା । ବରର ପାଟି ଶୁଣି ଘର ଲୋକ ପହଞ୍ଚିବା ପରେ ମାମଲା ଶାନ୍ତ ପଡିଥିଲା । କିନ୍ତୁ ଏହି ଘଟଣାକୁ ନେଇ ଉଭୟ ବର ଘର ଓ କନ୍ୟାର ବାପଘର ମଧ୍ୟରେ ଝଗଡା ହୋଇଥିଲା । ଶେଷରେ ଉଭୟ ପକ୍ଷରୁ ପୋଲିସରେ ଅଭିଯୋଗ କରାଯାଇଥିଲା । ବରର ଅଭିଯୋଗ ସେ ଯାହାକୁ ବିବାହ କରିଛନ୍ତି ସେ ଜଣେ ମାନସିକ ରୋଗୀ । ଏବେ ପୋଲିସ ମାମଲାର ଯାଞ୍ଚ ଆରମ୍ଭ କରିଦେଇଛି ।
Powered by Froala Editor